୫ଜି ନେଟୱର୍କ ଦ୍ୱାରା ନିର୍ଗତ ବିକିରଣ ଅତ୍ୟନ୍ତ ମାରାତ୍ମକ : ଜୁହି
ଅଭିନେତ୍ରୀ ଜୁହି ଚାୱଲା ୫ଜି ନେଟୱର୍କ ବିରୋଧରେ ସ୍ୱର ଉଠାଇଛନ୍ତି। ଦୀର୍ଘ ଦିନ ଧରି ମୋବାଇଲ୍ ଟାୱାରରୁ ବାହାରୁଥିବା କ୍ଷତିକାରକ ବିକିରଣ ବିରୋଧରେ ସଚେତନତା ସୃଷ୍ଟି କରୁଥିବା ଜୁହି ଏବେ ୫ଜି ଟେକ୍ନୋଲୋଜି ବିରୋଧରେ କୋର୍ଟରେ ଆବେଦନ କରିଛନ୍ତି। ଏହି ଅତ୍ୟାଧିକ ୫ଜି ନେଟୱର୍କ ଦ୍ୱାରା ନିର୍ଗତ ହେବାକୁ ଥିବା ବିକିରଣ ଅତ୍ୟନ୍ତ ମାରାତ୍ମକ ଓ ଘାତକ ବୋଲି ସେ କହିଛନ୍ତି। ଏଥିପାଇଁ ସେ ବମ୍ବେ ହାଇକୋର୍ଟରେ ଆବେଦନ ମଧ୍ୟ କରିଛନ୍ତି।
ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯାଇ ନାଗରିକ, ପଶୁ, ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ଉପରେ ୫ଜି ନେଟୱାର୍କର ବିକିରଣ ଖରାପ ପ୍ରଭାବ ପକାଇବ ବୋଲି ଦର୍ଶାଇ ମାମଲା ରୁଜୁ କରିଛନ୍ତି ଜୁହି ଚାୱଲା । ଏହି ୫ଜି ମାନବ ଉପରେ ଗୁରୁତର, ଅପୂରଣୀୟ ପ୍ରଭାବ ଏବଂ ପୃଥିବୀର ସମସ୍ତ ଇକୋସିଷ୍ଟମକୁ ସ୍ଥାୟୀ କ୍ଷତି ପହଞ୍ଚାଇବ ବୋଲି ସେ କହିଛନ୍ତି। ଜଷ୍ଟିସ୍ ସି ହରି ଶଙ୍କର, ଯାହାଙ୍କ ପାଖକୁ ପ୍ରଥମେ ମାମଲା ଶୁଣାଣି ପାଇଁ ଆସିଥିଲା, ସେ ଶୁଣାଣି ପାଇଁ ଅନ୍ୟ ଏକ ବେଞ୍ଚକୁ ସ୍ଥାନାନ୍ତର କରିଛନ୍ତି। ଜୁନ ୨ରେ ଜୁହିଙ୍କ ମାମଲା ଉପରେ ଶୁଣାଣି ହେବ ବୋଲି ଜଣାପଡିଛି ।
ଜୁହି ଚାୱଲା କହିଛନ୍ତି, ଯଦି ୫ଜି ପାଇଁ ଟେଲିକମ୍ ଇଣ୍ଡଷ୍ଟ୍ରିର ଯୋଜନା ସଫଳ ହୁଏ, ତେବେ କୌଣସି ବ୍ୟକ୍ତି, ପଶୁ, ପକ୍ଷୀ, କୀଟନାଶକ ଏବଂ ପୃଥିବୀରେ କୌଣସି ଉଦ୍ଭିଦ ଦିନକୁ ୨୪ଘଣ୍ଟା ଏବଂ ବର୍ଷକୁ ୩୬୫ ଦିନ ଆରଏଫ୍ ବିକିରଣ ସଂସ୍ପର୍ଶରେ ଆସିବାକୁ ଏଡାଇପାରିବେ ନାହିଁ, ଯାହା ବର୍ତ୍ତମାନଠାରୁ ୧୦୦ ଗୁଣ ଅଧିକ ହେବ ।
Powered by Froala Editor