ଜୁନ ମାସରେ ଉପଲବ୍ଧ ହେବ ୧୨ କୋଟି ଟିକା
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାକୁ ମାତ ଦେବା ପାଇଁ ଦେଶବ୍ୟାପୀ ଟିକାକରଣ ଅଭିଯାନ ଚାଲିଥିବାବେଳେ ଅଧିକାଂଶ ସ୍ଥାନାରେ ଟିକାର ଅଭାବ ପରିଲକ୍ଷିତ ହେଉଛି । ତେବେ ଜାତୀୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ପାଇଁ ଜୁନ ମାସରେ ୧୨ କୋଟି ଟିକା ଉପଲବ୍ଧ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୪୫ ବର୍ଷରୁ ଊଦ୍ଧ୍ୱର୍ ବୟସ୍କଙ୍କ ପାଇଁ ଭାରତ ସରକାରଙ୍କ ପକ୍ଷରୁ ୬ କୋଟି ୯ ଲକ୍ଷ ଟିକା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ମାଗଣା ଯୋଗାଇ ଦିଆଯିବ । ଏଥି ସହିତ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ ବେସରକାରୀ ଡାକ୍ତରଖାନା ଗୁଡ଼ିକ ୫ କୋଟି ୮୬ ଲକ୍ଷରୁ ଊଦ୍ଧ୍ୱର୍ ପାନ ସିଧାସଳଖ କିଣିପାରିବେ ।
Powered by Froala Editor