ଶିଶୁଙ୍କ ପାଇଁ ଟିକା ଆଣିବ ଏହି କମ୍ପାନୀ

ନୂଆଦିଲ୍ଲୀ: ଅହମ୍ମଦାବାଦସ୍ଥିତ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଜାଇଡସ କାଡ଼ିଲା ଗ୍ରୁପ ଏବେ ୫ ରୁ ୧୨ ବର୍ଷର ଶିଶୁଙ୍କ ନିମନ୍ତେ କରୋନା ଟିକା ପ୍ରସ୍ତୁତ ଦିଗରେ କାର୍ଯ୍ୟ କରୁଛି । ‘ଜାଇକୋଭ-ଡି’ ନାମରେ ପ୍ରସ୍ତୁତ ହେବାକୁ ଥିବା ଟିକା ପରୀକ୍ଷା ଲାଗି ଅନୁମତି ଲୋଡ଼ିଛି । ନିକଟରେ ଜାଇଡସ କାଡିଲା ୧୨ ରୁ ୧୮ ବର୍ଷ ପିଲାଙ୍କ ନିମନ୍ତେ ଟିକା ପ୍ରସ୍ତୁତ କରିଥିବା ବେଳେ ଏହାର ମାନବ ପରୀକ୍ଷଣ କରିଛି ।
Powered by Froala Editor