ଜିମ୍ରେ ଫିଟନେସ ଟ୍ରେନରଙ୍କ ମୃତ୍ୟୁ
ଇଣ୍ଡୋନେସିଆର ବାଲିରେ ଜଣେ ଫିଟନେସ ଟ୍ରେନରଙ୍କ ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ୍ୟୁ ହୋଇଥିବା ଫିଟନେସ ଟ୍ରେନରଙ୍କ ନାମ ଜିଷ୍ଟିନ ଭିକ୍କି । ୩୩ ବର୍ଷୀୟ ଜଷ୍ଟିନ୍ ବେକ ଉପରେ ଟ୍ରେନିଂ ସମୟରେ ୨୧୦ କେଜି ଓଜନ ପଡ଼ିଯାଇଥିଲା । ଯେଉଁଥିରେ ତାଙ୍କର ବେକ ଭାଙ୍ଗିଯାଇଥିଲା।
ରିପୋର୍ଟ ଅନୁଯାୟୀ, ଘଟଣା ଜୁଲାଇ ୧୫ର। ଇଣ୍ଡୋନେସିଆର ବାଲିର ଏକ ଜିମ୍ରେ ଟ୍ରେନିଂ କରୁଥିଲେ ଜଷ୍ଟିନ୍। ୨୧୦ କେଜି ଓଜନ ସହ ସ୍କ୍ବାଟ୍ ମାରୁଥିବା ସମୟରେ ବାର୍ବେଲ୍ ତାଙ୍କ ବେକ୍ ଉପରେ ପଡ଼ିଯାଇଥିଲା ଯେଉଁଥିରେ ତାଙ୍କ ବେକ ଭାଙ୍ଗିଯାଇଥିଲା । ଭାଇରାଲ ଭିଡିଓରେ ଦେଖାଯାଉଛି ଯେ, ସ୍କ୍ବାଟ୍ ମାରିବା ସମୟରେ ସେ ବସିବା ପୋଜିସନ୍କୁ ଆସୁଛନ୍ତି କିନ୍ତୁ ଅତ୍ୟଧିକ ଓଜନ ଫଳରେ ଆଉ ଉଠିପାରିନଥିଲେ। ଆଉ ଓଜନ ସମ୍ଭାଳି ନପାରିବାରୁ ବାରବେଲ୍ ତାଙ୍କ ବେକ୍ ଉପରେ ପଡ଼ିଯାଇଥିଲା । ସଙ୍ଗେସଙ୍ଗେ ଜିମରେ ଥିବା ଲୋକେ ଭିକ୍କିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor