ଟ୍ରେଡମିଲ୍ରେ ଟଳିପଡ଼ିଲେ ଇଞ୍ଜିନିୟର
ଟ୍ରେଡମିଲ ଉପରେ ବସିଥିବା ବେଳେ ଦିଲ୍ଲୀରେ ରହୁଥିବା ଜଣେ ଯୁବକଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି। ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ମୃତ ଯୁବକଙ୍କ ବୟସ ୨୪ବର୍ଷ ଓ ସେ ଜଣେ ଇଞ୍ଜିନିୟର ଥିଲେ ବୋଲି ଜଣାପଡ଼ିଛି। ମୃତ ଯୁବକଙ୍କ ନାମ ସକ୍ଷମ ପୃଥ୍ବୀ ।
ସକ୍ଷମ ବି.ଟେକ୍ ପାସ୍ କରିଥିବା ବେଳେ ଗୁରଗ୍ରାମରେ ଏକ କମ୍ପାନୀରେ ଚାକିରି କରିଥିଲେ। ସେ ସବୁଦିନ ଏକ୍ସରସାଇଜ କରିବା ନିମନ୍ତେ ଘର ନିକଟରେ ଥିବା Gymplex Fitness Zone ଜିମ୍କୁ ଯାଇଥାନ୍ତି। ଗତ ମଙ୍ଗଳବାର ସକାଳ ସମୟରେ ସକ୍ଷମ ଜିମ୍ରେ ଥିବା ଟ୍ରେଡମିଲ୍ ଉପରେ ବସିଥିବା ବେଳେ ହଠାତ୍ ସେଥିରେ ବିଦ୍ୟୁତ୍ ଚାର୍ଜ ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସକ୍ଷମ ପଡ଼ି ଯାଇଥିଲେ।
ଜିମ୍ରେ ଉପସ୍ଥିତ ଅନ୍ୟମାନେ ତାଙ୍କୁ ତୁରନ୍ତ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘରୁ କିଛି ସମୟ ପୂର୍ବରୁ ଜିମ୍କୁ ଯାଇଥିବା ପୁଅର ମୃତଦେହ ଦେଖି ବାପାମା’ ନିଜ କୋହ ସମ୍ଭାଳି ପାରି ନ ଥିଲେ।
Powered by Froala Editor