AI ପାର୍ଟନର ଦେବ ଯୌନ ସୁଖ
ଆଗକୁ ବେଡରୁମ୍ରେ ବି ପାର୍ଟନରଙ୍କ ଆବଶ୍ୟକତା ପଡ଼ିବନି। ଅର୍ଥାତ ନାରୀ କିମ୍ବା ପୁରୁଷ ସାଥୀ ବଦଳରେ ବେଡରେ AI ପାର୍ଟନର ଦେବ ଯୌନ ସୁଖ । ଏନେଇ ପୂର୍ବାନୁମାନ କରିଛନ୍ତି ଗୁଗଲର ପୂର୍ବତନ ଚିଫ୍ ବିଜନେସ୍ ଅଧିକାରୀ ମହମ୍ମଦ ଗାୱଦାତ।
ମହମ୍ମଦ ଗାୱଦାତଙ୍କ କହିବାନୁଯାୟୀ, ଭବିଷ୍ୟତରେ ଏପରି AI ରୋବଟ୍ ମାର୍କେଟକୁ ଆସିବ ଯାହାକି ପ୍ରେମ ଓ ରୋମାଞ୍ଚ ପ୍ରୋଗ୍ରାମରେ ଭରପୂର ଥିବ। ଫଳରେ ରିଅଲ ଲାଇଫ୍ ସେକ୍ସ ପାର୍ଟନର ଓ ଆର୍ଟିଫିସିଆଲି ନିର୍ମିତ ସେକ୍ସ ପାର୍ଟନରଙ୍କ ମଧ୍ୟରେ ପାର୍ଥକ୍ୟ ଜାଣିବା କଷ୍ଟକର ହେବ।
ଗାୱଦାତ କହିଛନ୍ତି ଯେ ମଣିଷମାନେ ଖୁବ୍ ଶୀଘ୍ର ଭର୍ଚୁଆଲ୍ ରିଅଲିଟି ଏବଂ ଆପଲ୍ର ଭିଜନ୍ ପ୍ରୋ କିମ୍ବା କ୍ୱେଷ୍ଟ୍- ୩ ପରି ହେଡ଼ସେଟ୍ ବ୍ୟବହାର କରି ସେକ୍ସର ଅନୁକରଣ କରିବାକୁ ସମର୍ଥ ହେବେ। AI ଶକ୍ତିରେ ଚାଳିତ ବଟ୍ସ ସହିତ ସେକ୍ସ ରୋବଟ୍କୁ ବାସ୍ତବ ବୋଲି ଲୋକେ ଅନୁଭବ କରି ପାରିବେ।
Powered by Froala Editor