ଭୂସ୍ଖଳନ : ଦବିଗଲା ପୁରା ଗାଁ, ମାଟିତଳେ ୫୦ ଲୋକ
ନୂଆଦିଲ୍ଲୀ: ମହାରାଷ୍ଟ୍ର ରାୟଗଡରେ ଭୂସ୍ଖଳନରେ ଦବିଗଲା ପୁରା ଗାଁ । ଫଳରେ ମାଟିତଳେ ୫୦ରୁ ଅଧିକ ଲୋକ ଦବିଯାଇଥିବା ଆଶଙ୍କା ରହିଛି । ସେମାନଙ୍କ ମଧ୍ୟରେ ଏବେଯାଏଁ ମାତ୍ର ୪ଜଣଙ୍କ ଶବ କଢାଯାଇଥିବାବେଳେ ପାଖାପାଖି ୨୫ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଏବେବି ଉଦ୍ଧାର କାର୍ୟ୍ୟ ଜାରି ରହିଛି ।
ସୂଚନା ମୁତାବକ, ରାୟଗଡ ଜିଲ୍ଲା ଖାଲାପୁର ତହସିଲ ଇରସାଲବାଡି ଗାଁ ପାହାଡିଆ ଇଲାକାରେ ଥିବାବେଳେ ବିଳମ୍ବିତ ରାତିରେ ଭାରୀ ବର୍ଷା ଯୋଗୁଁ ହଠାତ୍ ପାହାଡ ଗାଁ ଆଡକୁ ଧସିଆସିଥିଲା । ଫଳରେ ପାହାଡ ତଳେ ୧୭ ପରିବାର ଦବିଯାଇଛି । ଏହି ଗାଁ ଆଦିବାସୀ ବହୁଳ ଗାଁ ।
Powered by Froala Editor