ପୋଲ ତଳୁ ଯୁବତୀଙ୍କ ଉଲଗ୍ନ ମୃତଦେହ ଉଦ୍ଧାର

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ମୂଷଳ ପୋଲ ନିକଟରୁ ଜଣେ ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି । ଯୁବତୀଙ୍କ ପରଚୟ ମିଳିନି । କିନ୍ତୁ ବୟସ ୨୦ରୁ ୨୧ ହେବ ବୋଲି କୁହାଯାଉଛି । ଯୁବତୀଙ୍କ ସହିତ ବଳାତ୍କାର ହୋଇଥିବାବେଳେ ତାଙ୍କୁ ଘୋଷାଡି ଘୋଷାଡି ଆଣି ପୋଲ ତଳକୁ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି ।
ମଙ୍ଗଳବାର ସକାଳେ କେତେକ ସ୍ଥାନୀୟ ଲୋକ ଯୁବତୀଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ହରିଚନ୍ଦନପୁର ପୁଲିସ ଟିମ ଘଟଣା ସ୍ଥଳକୁ ଆସି ପହଁଚିବା ସହ ଘଟଣା ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରାଇଥିଲେ । ଆରକ୍ଷୀ ଅଧିକ୍ଷକ ଘଟଗାଁ ଏସଡିପିଓଙ୍କୁ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏସଡିପିଓ ଘଟଣା ସ୍ଥଳକୁ ଆସି କେନ୍ଦୁଝରରୁ ଆସିଥିବା ସାଇଂଟିଫିକ ଟିମ ସହାୟତାରେ ପାରିପାଶ୍ୱର୍ିକ ସ୍ଥିତିକୁ ଅନୁଧ୍ୟାନ କରିବା ସହ ତଦନ୍ତ ଜାରି ରଖିଥିଲେ ।
ଯୁବତୀ ଜଣଙ୍କ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପଡିଥିବାରୁ ତାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଯୁବତୀର ଏକ ଜିନ୍ସ ପ୍ୟାଂଟ , ଚପଲ ସହ ତାର କେତେକ ଅନ୍ତଃବସ୍ଥ ପଡିଥିବା ଦେଖିବାକୁ ମିଳିଥିଲା । ମୃତ ଯୁବତୀର ଫଟୋକୁ ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନ ସହ ପଡୋଶୀ ରାଜ୍ୟର ଥାନାଗୁଡିକୁ ଅବଗତ କରାଯାଇଥିବା ସୂଚନା ମଳିଛି ।
Powered by Froala Editor