ପାରିବାରିକ କଳହର କରୁଣ ପରିଣତି, ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା
ଜଳେଶ୍ବର: ପାରିବାରିକ କଳହର କରୁଣ ପରିଣତି। ହତ୍ୟା କରି ଶୋଇ ପଡ଼ିଲା ଅଭିଯୁକ୍ତ ସ୍ୱାମୀ, ଶବ ଜଗିଛି ପୁଲିସ। ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ। ଜଳେଶ୍ୱର ଥାନା ଅନ୍ତର୍ଗତ ଚାଲନ୍ତି ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା। ମୃତକ ହେଉଛନ୍ତି ଲିଲି ଦଣ୍ଡପାଟ। ଅଭିଯୁକ୍ତ ସ୍ୱାମୀ ଅର୍ଜୁନ ଦଣ୍ଡପାଟକୁ ଅଟକ ରଖି ତଦନ୍ତ କରୁଛି ଜଳେଶ୍ୱର ପୁଲିସ।
ସୂଚନା ମୁତାବକ ଜଳେଶ୍ୱର ଥାନା ଅନ୍ତର୍ଗତ ପଶ୍ଚିମବାଡ଼ ପଞ୍ଚାୟତର ଦେବକୁମାର ଗ୍ରାମର ସୁଜୟ ଦଣ୍ଡପାଟଙ୍କ ଝିଅକୁ ଲିଲିଙ୍କୁ ଗତ ୧୦ବର୍ଷ ତଳେ ଚାଲନ୍ତି ଗ୍ରାମର ଅର୍ଜୁନ ଦଣ୍ଡପାଟ ବିବାହ କରିଥିଲେ। ବିବାହ ପରଠାରୁ ଲିଲିଙ୍କୁ ସ୍ଵାମୀ ଓ ଶାଶୁ ଘର ଲୋକେ ଯୌତୁକ ଜନିତ ନିର୍ଯାତନା ଦେଇ ଆସୁଥିଲେ।
ତେବେ ଗତକାଲି ବିଳମ୍ବିତ ରାତିରେ ପରିବାର ଲୋକଙ୍କ ଉପସ୍ଥିତିରେ ସ୍ୱାମୀ ଅର୍ଜୁନ ସ୍ତ୍ରୀ ଲିଲିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ହତ୍ୟା ସମୟର ଦୃଶ୍ୟ ବଖାଣୁଛି ୧୦ବର୍ଷର ଝିଅ। ଲିଲିଙ୍କ ବାପା ସୁଜୟ ଦଣ୍ଡପାଟ ପୁଲିସ ନିକଟରେ ମଧ୍ୟ ବୟାନ ଦେଇଛନ୍ତି।
Powered by Froala Editor