ଜଷ୍ଟିସ୍ ଦୀପକ ମିଶ୍ର ‘ଉତ୍କଳ ରତ୍ନ’ ସମ୍ମାନ ପାଇବାକୁ ମନୋନୀତ
କଟକ : ସୁପ୍ରିମ୍କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଚଳିତବର୍ଷ ଉତ୍କଳ ସାହିତ୍ୟ ସମାଜର ସର୍ବୋଚ୍ଚ ସମ୍ମାନ ‘ଉତ୍କଳ ରତ୍ନ’ ପାଇବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ଜୁଲାଇ ୩୦ ତାରିଖ ରବିବାର ସନ୍ଧ୍ୟାରେ ଶତାବ୍ଦୀ ଭବନରେ ସାହିତ୍ୟ ସମାଜର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଜଷ୍ଟିସ୍ ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।
ବିଚାରକଙ୍କ ଚୂଡ଼ାନ୍ତ ରାୟ ଆଧାରରେ ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦଚନ୍ଦ୍ର ଚାନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ୟ୍ୟନିର୍ବାହିକା ସମିତି ବୈଠକରେ ଏ ସମ୍ପର୍କରେ ଘୋଷଣା କରାଯାଇଛି। ଆସନ୍ତା ବାର୍ଷିକ ସମାବର୍ତ୍ତନ ଉତ୍ସବ ଜୁଲାଇ ୨୯ ତାରିଖ ଶନିବାର ଉଦ୍ଘାଟନ ହେବ ଏବଂ ଜୁଲାଇ ୩୦ ତାରିଖ ଅପରାହ୍ଣ ୩ଟା୩୦ରେ ସାଧାରଣ ଅଧିବେଶନ, ସାଙ୍ଗଠନିକ ଆଲୋଚନା ସଭା ଓ ସନ୍ଧ୍ୟାରେ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ବୋଲି ସାଧାରଣ ସଂପାଦକ ଆଦିତ୍ୟପ୍ରତାପ ଧଳ ଓ ସଂଗଠନ ସଂପାଦକ ଡକ୍ଟର ସୁନାମଣି ରାଉତ ସୂଚନା ଦେଇଛନ୍ତି।
Powered by Froala Editor