ଯୋଗୀ ଓ ଅମିତ ଶାହଙ୍କୁ ହତ୍ୟା ଧମକ : ‘ମାନବ ବୋମାରେ ଉଡେ଼ଇଦେବୁ’

ମୁମ୍ବାଇ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଇ-ମେଲରେ ହତ୍ୟା ଧମକ ଦିଆଯାଇଛି । ସମ୍ପୃକ୍ତ ଇ-ମେଲରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପାଇଁ ତାହାକୁ ମଙ୍ଗଳବାର ସକାଳେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ) ର ମୁମ୍ବାଇ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି । ସୂଚନା ଅନୁସାରେ ଉକ୍ତ ଇ-ମେଲରେ ଦେଶର ବିଭିନ୍ନ ଉପାସନାସ୍ଥଳୀ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାପନା ଗୁଡ଼ିକ ଉପରେ ଆକ୍ରମଣ କରାଯିବ ବୋଲି ଧମକ ଦିଆଯାଇଛି । ସେହିପରି ଆତ୍ମଘାତୀ ମାନବ ବୋମା ଦ୍ୱାରା ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଓ ଗୃହମନ୍ତ୍ରୀ ଶ୍ରୀ ଶାହଙ୍କୁ ଉଡ଼ାଇ ଦିଆଯିବ ବୋଲି ମଧ୍ୟ ଧମକ ଦିଆଯାଇଛି ।