ଓଟିଟି ପ୍ଲାଟଫର୍ମ ଭିଡିଓରୁ ହଟିପାରେ ଅଶ୍ଳୀଳତା !
ଏବେ ବଡ ପରଦାରେ ଫିଲ୍ମ ଅପେକ୍ଷା ଓଟିଟି ପ୍ଲାଟଫର୍ମକୁ ଅଧିକ ପସନ୍ଦ କରୁଛନ୍ତି ଦର୍ଶକ । କିନ୍ତୁ ଏଥିରେ ଥିବା ଅଶ୍ଳୀର ସିନକୁ ନେଇ ପ୍ରତିବାଦ ଦେଖାଦେଇଛି । ତେଣୁ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁଯାୟୀ ସରକାର ଓଟଟି କମ୍ପାନୀ ମାନଙ୍କୁ କହିଛନ୍ତି ଯେ, ସେମାନଙ୍କର କଣ୍ଟେଣ୍ଟ ଗୁଡ଼ିକୁ ଦର୍ଶକମାନଙ୍କ ଦେଖିବା ପାଇଁ ଉପଲବ୍ଧ କରିବା ପୁର୍ବରୁ ଅଶ୍ଳିଳତା ଏବଂ ହିଂସା ଭଳି ସିନ୍ ଗୁଡିକର ସମିକ୍ଷା ପାଇଁ ସ୍ୱତନ୍ତ୍ର ସେନ୍ସର ଦେଇ ଯିବାକୁ ପଡ଼ିବ। ଯଦ୍ୱାରା ଓଟିଟି ପ୍ଲାଟଫର୍ମ ନେଟ୍ଫ୍ଲିକ୍ସ, ପ୍ରାଇମ୍ ଭିଡିଓ, ଡିଜନୀ ଏବଂ ଅନ୍ୟାନ୍ୟ ସଂସ୍ଥା ମାନଙ୍କୁ ସେମାନଙ୍କ ଆପ୍ରେ ଅପଲୋଡ୍ ହୋଇଥିବା ଭିଡିଓରୁ ଅଶ୍ଳିଳ ସିନ୍କୁ କାଟିବାକୁ ପଡ଼ିପାରେ।
ରିପୋର୍ଟ ମୁତାବକ, ଓଟିଟି ପ୍ଲାଟଫର୍ମ କିମ୍ବା ଷ୍ଟ୍ରିମିଂ କମ୍ପାନୀକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟରେ ଜୁନ୍ ୨୦ ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ଉପରେ ସଂସଦୀୟ ସଦସ୍ୟ, ବରିଷ୍ଠ ନାଗରିକ ଏବଂ ସାଧାରଣ ଜନତାଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ବୈଠକରେ ଓଟିଟି କମ୍ପାନୀ ଗୁଡ଼ିକୁ ଏହି ସମ୍ପର୍କରେ ପ୍ରସ୍ତାବ ଦିଆଯାଇଥିଲା । ଏହା ଉପରେ କମ୍ପାନୀ ଗୁଡ଼ିକ ଆପତ୍ତି ଉଠାଇଥିଲେ । ତତ୍କାଳ ଏନେଇ କୌଣସି ନିଷ୍ପତ୍ତି ନିଆଯିଇପାରିବ ନାହିଁ ବୋଲି ଜଣାଇଥିଲେ ।
Powered by Froala Editor