ବଢ଼ିଗଲା ଋଣ ଭାର, ଦୁଇ ଛୁଆଙ୍କୁ ବିଷ ଦେଇ ଆତ୍ମହତ୍ୟା କଲେ ଦମ୍ପତି
ଅନଲାଇନରେ ଚାକିରି କରି ଫସିଗଲେ ଦମ୍ପତି। ଋଣ ଭାର ଏମିତି ବଢିଲା ଯେ, ଦୁଇ ଶିଶୁଙ୍କୁ ମାରି ଦମ୍ପତି ନିଜେ ଆତ୍ମହତ୍ୟା କଲେ । ଏଭଳି ଦୁଃଖଦ ଘଟଣା ଘଟିଛି ଭୋପାଳରେ ।
ଭୋପାଲର ନୀଳବାଦ ନିକଟରେ ଥିବା ଏକ ଘରୁ ଦୁଇ ଛୋଟ ପିଲାଙ୍କ ସମେତ ଏକ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପିଲାଙ୍କୁ ବିଷ ଦେବା ପରେ ଏହି ଦମ୍ପତି ଆତ୍ମହତ୍ୟା କରିଦେଇଛନ୍ତି। ମୃତ ଦମ୍ପତି ଏକ ଘରୋଇ ଇନ୍ସୁରାନ୍ସ କମ୍ପାନୀରେ କାର୍ଯ୍ୟ କରୁଥିଲେ। ସେମାନେ ଏକ ଲୋନ୍ ନେଇଥିଲେ। ଲୋନ୍ ସୁଝି ନପାରିବାରୁ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି।
ସୁଇସାଇଡ୍ ନୋଟ୍ ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ଜଣକ ଅନଲାଇନରେ ଏକ ଜବ୍ ଅଫର୍ ପାଇଥିଲେ । ଆରମ୍ଭରୁ ସେ ଏଥିରୁ ଉପକୃତ ହେଉଥିଲେ। ମାତ୍ର ଏକ ସମୟରେ ଦୁଇଟି ସଂସ୍ଥାରେ କାମ କରିବା ସହଜ ହେଉନଥିଲା। ଧୀରେ ଧୀରେ କାମ ଚାପ ବୃଦ୍ଧି ପାଇବାରୁ ସେ ଚାକିରି ଛାଡ଼ିବାକୁ ଚାହୁଁଥିଲେ। ଏହାରି ମଧ୍ୟରେ ହାତରୁ ପୂର୍ବ ଚାକିରି ମଧ୍ୟ ଚାଲି ଯାଇଥିଲା। ଫଳରେ ସେ ଏହି କମ୍ପାନୀରୁ କିଛି ଲୋନ୍ ଆଣିଥିଲେ। ଲୋନ୍ ଆଣିବା ପରେ ତାଙ୍କ ଉପରେ କାର୍ଯ୍ୟ ଚାପ ବଢିଥିଲା।
ଲୋନ୍ ପରିଶୋଧ କରିବାକୁ ବାଧ୍ୟ କରିଥିଲେ ଅଧିକାରୀ। ଶେଷରେ ଚିଠି ଲେଖି ଆତ୍ମହତ୍ୟା କରିଦେଇଛନ୍ତି ଦମ୍ପତି।
Powered by Froala Editor