ଷଷ୍ଠ ଶ୍ରେଣୀ ଛାତ୍ରର ଛାତିକୁ ମୁଥ ମାରିଲେ ଶିକ୍ଷୟିତ୍ରୀ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ପ୍ରାଇମେରି ସ୍କୁଲର ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ଶିକ୍ଷୟିତ୍ରୀଙ୍କ ମାଡରେ ଗୁରୁତର ହୋଇଛି । ଗୁରୁତର ଛାତ୍ର ହେଲେ କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ଗୋପପୁର ଗ୍ରାମର ଦିଲ୍ଲୀପ ମହାନ୍ତଙ୍କ ପୁଅ ଗଣପତି ମହାନ୍ତ ।
ଗଣପତିଙ୍କୁ ତାଙ୍କ ମାଆ ସାଥିରେ ନେଇ ବିଦ୍ୟାଳୟରେ ଛାଡି ଆସିଥିଲେ । ଛାଡି ଆସିବାର ପନ୍ଦର ମିନିଟ ପରେ ଖବର ଦିଆ ଯାଇଥିଲା ଯେ ତାଙ୍କ ପୁଅ ଅସୁସ୍ଥ ଅଛନ୍ତି । ଛାତ୍ରଙ୍କ ମାଆ ଓ ଅଜା ଦୁହେଁ ବିଦ୍ୟାଳୟରେ ପହଞ୍ଚି ଗୁରୁତର ଛାତ୍ରଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତୀ କରାଇଥିଲେ । ମେଡିକାଲରେ ଛାତ୍ରଙ୍କୁ ପଚାରିବାରୁ ବିଦ୍ୟାଳୟର ଶିକ୍ଷୟତ୍ରୀ ମାମା ମିସ୍ ପାର୍ଥନା ସଭାରେ ଛାତିକୁ ମୁଥ ମାରିଥିବା ଜଣାପଡିଛି ।ଏ ବାବଦରେ ଥାନାରେ ଏତଲା ହୋଇଛି କି ନାହିଁ ସ୍ପଷ୍ଟ ଜଣାପଡିନି । ହେଲେ ବିଇଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
Powered by Froala Editor