ଭାରି ଗୁଣକାରୀ ଅଦା
ପ୍ରତିଦିନ ଅଦା ଖାଇବା ଦ୍ୱାରା ସୁସ୍ଥ ଜୀବନ ଅତିବାହିତ କରିପାରିବା ।
ଅଦା ମିଶା ଚା ସକାଳୁ ଗୋଟେ କପ୍ ପିଇଦେଲେ , ଅଳସୁଆମୀ ଗୋଟେ ମିନିଟରେ ଚାଲିଯାଏ । ଫାଷ୍ଟଫୁଡ଼ , ତେଲ ମସଲା ଅଧିକ ଖାଇଦେଲେ ପେଟ ଯନ୍ତ୍ରଣା ଆରମ୍ଭ ହୋଇଥାଏ । ସେଥିରୁ ରକ୍ଷା ପାଇବା ପାଇଁ ଅଧ ଚାମଚ ଅଦା ରସରେ ଅଧ ଚାମଚ ପୁଦିନା ରସ ଓ ଚିମୁଟାଏ ବିଟ୍ ଲୁଣ ମିଶାଇ ପିଇଲେ ଯନ୍ତ୍ରଣା ଦୂର ହୋଇଥାଏ ।
ଆଣ୍ଠୁ ଗଣ୍ଠି ଦରଜ ହେଉଥିଲେ , ଅଦା ସହ କର୍ପୁର ମିଶାଇ ଭଲ ଭାବେ ବାଟି ଦରଜ ହେଉଥିବା ସ୍ଥାନରେ ଲଗାଇଲେ ଉପଶମ ମିଳିଥାଏ । ଦୁଇ ଚାମଚ ଅଦାରସରେ ଅଧ ଚାମଚ ମହୁ ମିଶାଇ ପିଇଲେ ରକ୍ତ ପରିଷ୍କାର ହୋଇଥାଏ । ମୁଣ୍ଡ ବିନ୍ଧା ହେଲେ ଅଦାରସକୁ ମଥାରେ ଲଗାଇଲେ ଆରାମ ମିଳିଥାଏ ।
କପେ ଉଷୁମ ପାଣିରେ ୨ ଚାମଚ ଅଦା ରସ ମିଶାଇ ପିିଇଲେ ଶରୀରରୁ ଚର୍ବି ମଧ୍ୟ କମ୍ ହୋଇଥାଏ । ନିୟମିତ ଅଦାରସ ମିଶା ପାଣି ପିଇଲେ ହଜମ ପ୍ରକ୍ରିୟା ଭଲ ହୋଇଥାଏ ବେଳେଇ ବିଶେଷଜ୍ଞ ମାନେ କହିଛନ୍ତି । ପେଟରେ ଗ୍ୟାସ ସମସ୍ୟା ଦେଖାଦେଲେ ଅଦା ଖଣ୍ଡେ ଲୁଣ ଦେଇ ଚୋବାଇ ଖାଇବା ଦ୍ୱାରା ଭଲ ହୋଇଥାଏ ।
Powered by Froala Editor