ସାଇମଣ୍ଡ୍ଙ୍କୁ ସିକ୍ରେଟ ମ୍ୟାରେଜ କଲେ ବୋରିସ୍

ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ କେରି ସାଇମଣ୍ଡ୍ଙ୍କୁ ବିବାହ କରିଛନ୍ତି। ୱେଷ୍ଟ୍ମିନ୍ଷ୍ଟର୍ କ୍ୟାଥେଡ୍ରାଲ୍ରେ ସେ ସିକ୍ରେଟ ମ୍ୟାରେଜ କରିଥିବା କଥା ‘ଦି ସନ୍’ ଏବଂ ‘ମେଲ୍’ ଖବରକାଗଜ ରିପୋର୍ଟ କରିଛନ୍ତି। କୁହାଯାଉଛି ଯେ, କେନ୍ଦ୍ରୀୟ ଲଣ୍ଡନ୍ରେ ଅନୁଷ୍ଠିତ ଏହି ଉତ୍ସବର ଶେଷ ମୁହୂର୍ତ୍ତରେ ଅତିଥିମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା।
ଉଭୟ ଖବରକାଗଜ ରିପୋର୍ଟ କରିଛନ୍ତି ଯେ, ରାତି ୧.୩୦ରେ କ୍ୟାଥୋଲିକ୍ କ୍ୟାଥେଡ୍ରାଲ୍ ହଠାତ୍ ବନ୍ଦ କରିଦିଆଗଲା। ଏହାର ୩୦ ମିନିଟ୍ ବାଦ ଧଳା ପୋଷାକ ପିନ୍ଧି ଗୋଟାଏ ଲିମୋରେ ୩୩ ବର୍ଷୀୟ ସାଇମଣ୍ଡ୍ ପହଞ୍ଚିଥିଲେ। କିନ୍ତୁ, ଏହି ରିପୋର୍ଟ ଉପରେ ମନ୍ତବ୍ୟ ଦେବାକୁ ଜନ୍ସନ୍ଙ୍କ ଡାଉନିଙ୍ଗ୍ ଷ୍ଟ୍ରିଟ୍ ଅଫିସ୍ର ଜଣେ ମୁଖପାତ୍ରୀ ମନା କରି ଦେଇଛନ୍ତି।
ସୂଚନାଯୋଗ୍ୟ, କୋଭିଡ୍-୧୯ କଟକଣା ଯୋଗୁଁ ସମ୍ପ୍ରତି ଇଂଲଣ୍ଡ୍ରେ ବିବାହ ଅନୁଷ୍ଠାନରେ ମାତ୍ର ୩୦ଜଣଙ୍କୁ ଯୋଗ ଦେବା ଲାଗି ଅନୁମତି ମିଳୁଛି। ୨୦୧୯ରେ ୫୬ ବର୍ଷିୟ ଜନ୍ସନ୍ ପ୍ରଧାନମନ୍ତ୍ରୀ ହେବା ଦିନରୁ ଉଭୟ ଡାଉନିଙ୍ଗ୍ ଷ୍ଟ୍ରିଟ୍ରେ ଏକତ୍ର ରହି ଆସୁଛନ୍ତି। ସେମାନଙ୍କର ନିର୍ବନ୍ଧ ହୋଇଥିବା କଥା ଏବଂ ତାଙ୍କର ପିଲା ହେବ ବୋଲି ଗତବର୍ଷ ଘୋଷଣା କରିଥିଲେ।
Powered by Froala Editor