ସନ୍ଧ୍ୟା ୬.୩୦ରେ କହିବେ ମୁଖ୍ୟ ସଚିବ
ଭୁବନେଶ୍ୱର: ଆଜି ସନ୍ଧ୍ୟା ୬.୩୦ରେ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ରାଜ୍ୟବାସୀଙ୍କୁ କିଛି କହିବାର କାର୍ଯ୍ୟକ୍ରମ ରହିଛି । କୋଭିଡ ନେଇ ଶ୍ରୀ ମହାପାତ୍ର କହିବେ ବୋଲି ଜଣାଯାଇଛି । ରାଜ୍ୟରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ମହାପାତ୍ର କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି । ଅନ୍ୟପକ୍ଷରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସହ ତାଳ ଦେଇ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବାରୁ ରାଜ୍ୟରେ ଲକଡାଉନ ଅବଧିକୁ ବୃଦ୍ଧି କରାଯିବାର ସମ୍ଭାବନା ରହିଛି ।
ପ୍ରକାଶ ଯେ, ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନା ଆକ୍ରାନ୍ତଙ୍କ ସହ ମୃତୁ୍ୟ ସଂଖ୍ୟା ବି ବଢିବାରେ ଲାଗିଛି ।
Powered by Froala Editor