ଘାଟିରେ ଖସିଲା ୧୦୨ ଆମ୍ବୁଲାନ୍ସ
ମୟୂରଭଞ୍ଜ ଜିଲା କପ୍ତିପଦା-ଠାକୁରମୁଣ୍ଡା ରାସ୍ତାର ଶରତ ୩ ନମ୍ବର ଘାଟିରେ ଶନିବାର ଏକ ୧୦୨ ଆମ୍ବୁୁଲାନ୍ସ ୫୦ ଫୁଟ ତଳକୁ ଖସି ପଡ଼ିଛି। ଠାକୁରମୁଣ୍ଡା ଠାରୁ ୨୦କିମି ଦୂର ଠାକୁରମୁଣ୍ଡା- କପ୍ତିପଦା ରାସ୍ତାର ଶରତ ଘାଟିରେ ଆମ୍ବୁଲାନ୍ସ ଯାଉଥିବା ସମୟରେ ଘଟଣା ଘଟିଛି । ସେଥିରେ କେହି ରୋଗୀ ନ ଥିବା ବେଳେ ଡ୍ରାଇଭର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବାର ଜଣାପଡିଛି।
ଆମ୍ବୁଲାନ୍ସଟି ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ କପ୍ତିପଦା ବ୍ଲକ ଅଧୀନ ନଟୋ ଗ୍ରାମକୁ ରୋଗୀଙ୍କୁ ଆଣିବାକୁ ଯାଉଥିଲା। ହେଲେ ଘାଟିରେ ଏକ ନଳକୂପ ମରାମତି ଗାଡ଼ି ରାସ୍ତା ନ ଛାଡ଼ିବାରୁ ତାକୁ ଅତିକ୍ରମ କରି ଆଗକୁ ଯିବା ପାଇଁ ଆମ୍ବୁଲାନ୍ସ ଡ୍ରାଇଭର ଚେଷ୍ଟା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ସ୍ଥାନୀୟ ପୋଲିିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭରର କୌଣସି କ୍ଷତି ହୋଇନଥିବା ବେଳେ ପରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଉଦ୍ଧାର କରାଯାଇଛି ।
Powered by Froala Editor