ଅସହ୍ୟ ତାତିର ରାଜୁତି, ଲୋକଙ୍କୁ କରିଦେଲାଣି ଅସ୍ତବ୍ୟସ୍ତ
ଭୁବନେଶ୍ବର : ସକାଳୁ ଆରମ୍ଭ ହୋଇଯାଉଛି ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି। ସକାଳ ସାଢେ ୫ଟାରେ ରାଜ୍ୟର ବିଭିନ୍ନ ଅଞ୍ଚଳର ତାପମାତ୍ରା ୩୦ ଡ୍ରିଗୀ ପାର୍ କରିଥିବା ବେଳେ ୧୧.୩୦ ସୁଦ୍ଧା ୪୨ ଡିଗ୍ରୀ ପାର୍ କରିସାରିଲାଣି। ସୂର୍ୟ୍ୟ ଯେତେ ଉପରକୁ ଉଠୁଛନ୍ତି, ତାତି ସେତେ ବଢିବାରେ ଲାଗିଛି। ପଶ୍ଚିମରୁ ଉପକୂଳ, ଉପାନ୍ତରୁ ଆଭ୍ୟନ୍ତରୀଣ ସବୁଠି ହେଉଛି ନିଆଁ ବର୍ଷା । ଅସହ୍ୟ ଗରମ ରାଜ୍ୟରେ ଅଘୋଷିତ କର୍ଫ୍ୟୁ ପରିସ୍ଥିତି ସୃଷ୍ଟି କରିଦେଇଛି। ଲୋକମାନେ ଘରୁ ବାହାରିବାକୁ ଡରୁଛନ୍ତି।
ସକାଳୁ ଆରମ୍ଭ ହୋଇଯାଉଥିବା ଅସହ୍ୟ ତାତିର ରାଜୁତି ସାରା ରାଜ୍ୟର ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଲାଣି। ବିଗତ ୧୫ ଦିନ ଧରି ଏପରି ଲାଗିରହିଛି। ଆଜି ଦିନ ସାଢେ ୧୧ଟା ସୁଦ୍ଧା ସମ୍ବଲପୁର ଓ ଝାରସୁଗୁଡାର ତାପମାତ୍ରା ୪୨ ଡିଗ୍ରୀ ପାର୍ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଦିନ ସାଢେ ୧୧ଟା ସୁଦ୍ଧା ସମ୍ବଲପୁରରେ ୪୨.୬ ଡ଼ିଗ୍ରୀ ଓ ଝାରସୁଗୁଡାରେ ୪୨.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ସେହିପରି ହୀରାକୁଦରେ ୪୧.୮ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୯.୮ ଡ଼ିଗ୍ରୀ, କେନ୍ଦୁଝରରେ ୩୯ ଡ଼ିଗ୍ରୀ , ଚାନ୍ଦବାଲିରେ ୩୭.୬ ଡ଼ିଗ୍ରୀ, ବାଲେଶ୍ୱରରେ ୩୫ ଡ଼ିଗ୍ରୀ, ପୁରୀରେ ୩୪.୪ ଡ଼ିଗ୍ରୀ , ପାରାଦୀପରେ ୩୩.୮ ଡ଼ିଗ୍ରୀ ଓ ଗୋପାଳପୁରରେ ୩୩ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଲଗାତାର ୧୫ ଦିନରୁ ଅଧିକ ସମୟ ଧରି ରାଜ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆସନ୍ତା ୨୦ ତାରିଖ ପର୍ୟ୍ୟନ୍ତ ସିଭିୟର ହିଟଓ୍ବେଭ୍ ପାଇଁ ପଶ୍ଚିମ ଓଡ଼ିଶାକୁ ସତର୍କତା ଜାରି ହୋଇଥିବା ବେଳେ ୧୯ ତାରିଖ ପର୍ୟ୍ୟନ୍ତ ଉପକୂଳ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।
Powered by Froala Editor