ମର୍ମନ୍ତୁଦ ଦୁର୍ଘଟଣା: ଜଳିଗଲା ଟ୍ୟାଙ୍କର, ୨ ମୃତ ଓ ଜଣେ ଗୁରୁତର
ରାୟଗଡ଼ା : ବାଇକ୍କୁ ଧକ୍କା ଦେଇ ଜଳିଗଲା ଟ୍ୟାଙ୍କର। ୨ ମୃତ ଓ ଜଣେ ଗୁରୁତର ଆହତ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଶଙ୍କରଡା ଗ୍ରାମ ନିକଟରେ ଏଭଳି ଘଟଣା ଘଟିଛି। ଖବରପାଇ ଟିକିରି ପୋଲିସ ପହଞ୍ଚି ତଦନ୍ତ କରୁଛି।
ସୂଚନାନୁଯାୟୀ, ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଶଙ୍କରଡା ଗାଁ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ୟାଙ୍କର ବାଇକ୍କୁ ଧକ୍କା ଦେବା ଫଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହେଇଛନ୍ତି। ମୃତକମାନେ ହେଉଛନ୍ତି ଟିକିରି ଥାନା ଅନ୍ତର୍ଗତ ଡେଙ୍ଗାଗୁଡା ଗାଁର ମହେଶ୍ଵର ମାଝୀ ଓ ଶଙ୍କରଡା ପଞ୍ଚାୟତ ଅନ୍ତର୍ଗତ କୁପାଖାଲ ଗାଁର ଓଡିଆ ମାଝୀ। ଆହତ ଜଣକ ହେଉଛନ୍ତି ଡେଙ୍ଗାଗୁଡା ଗାଁର ସୁରେଶ ମାଝୀ। ଆହତ ସୁରେଶ ମାଝୀଙ୍କୁ ଉଷାପଡା ସ୍ଥିତ ଉତ୍କଳ ହସ୍ପିଟାଲରେ ଭର୍ତି କରାଯାଇଛି ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି।ଏମାନେ ରାତି ପ୍ରାୟ ୧ ଟାରେ କୌଣସି କାମର ରାଫକଣା ଠାରୁ ଟିକିରି ଅଭିମୁଖେ ଫେରୁଥିଲେ। ଏହି ସମୟରେ ଆଲୁମିନା ପାଉଡର ବୋଝେଇ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘୋଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ବାଇକକୁ ପ୍ରାୟ ୨୦୦ ମିଟର ଘୋଷାଡି ନେବା ଦ୍ଵାରା ବାଇକ ଏବଂ ଟ୍ୟାଙ୍କରରେ ନିଆଁ ଲାଗି ଜଳି ଯାଇଛି।
Powered by Froala Editor