ଆଜି ଅନ୍ତିମ ରଥ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ନବୀନ
ପୁରୀ : ମଙ୍ଗଳବାର ତୃତୀୟ ତଥା ଅନ୍ତିମ ରଥ ସମନ୍ୱୟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଭର୍ଚୁଆଲ୍ ମାଧ୍ୟମରେ ଅଧ୍ୟକ୍ଷତା କରିବେ। ଚଳିତବର୍ଷ ପ୍ରାୟ ୧୫ ରୁ ୧୭ ଲକ୍ଷ ଭକ୍ତଙ୍କ ସମାଗମ ହେବା ନେଇ ପ୍ରଶାସନ ଆକଳନ କରିଥିବା ବେଳେ ଭକ୍ତଙ୍କ ସୁବିଧା, ସୁରକ୍ଷା, ଦର୍ଶନ ସହ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହେବ।
ତେବେ ବୈଠକରେ ସମସ୍ତ ବିଭାଗର ଅଧିକାରୀ, ମନ୍ତ୍ରୀ, ଜିଲ୍ଲାପାଳ,ଏସପି, ସେବାୟତ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିବେ। ବିଶ୍ବପ୍ରସିଦ୍ଧ ପୁରୀ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି । ଦ୍ରୁତ ଗତିରେ ଆଗେଇ ଚାଲିଛି ରଥର ନିର୍ମାଣ । ବିଶ୍ବକର୍ମା ମହାରଣାଙ୍କ ସହ ତାଳଦେଇ ରୂପକାର, ଚିତ୍ରକାର, କମାର, କରତି ସେବାୟତମାନେ ନିଷ୍ଠାର ସହ କାର୍ୟ୍ୟ ସଂପାଦନ କରୁଛନ୍ତି । ରଥର ପ୍ରଭା ନିର୍ମାଣ ଶେଷ ପରେ ରୂପକାର ସେବକମାନେ ଖୋଦେଇ କାର୍ୟ୍ୟ ଆରମ୍ଭ କରିଛନ୍ତି। ରୂପକାର ସେବକମାନେ ରଥର ବାହ୍ୟ ଅଂଶରେ ଚିତ୍ର କାର୍ୟ୍ୟ ଜାରି ରହିଛି।
Powered by Froala Editor