ଜଳବିଦ୍ୟୁତ ପ୍ରକଳ୍ପର ୩ ନମ୍ବର ୟୁନିଟ୍ରେ ବ୍ଲାଷ୍ଟ, ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ
କୋରାପୁଟ : ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ବିଦ୍ୟୁତ ଉତ୍ପାଦନ ବାଧା ପ୍ରାପ୍ତ । ଜଳବିଦ୍ୟୁତ ପ୍ରକଳ୍ପର ୩ ନମ୍ବର ୟୁନିଟ୍ ରେ ବ୍ଲାଷ୍ଟ ହେବାରୁ ପ୍ରକଳ୍ପ ରୁ ବିଦ୍ୟୁତ ଉତ୍ପାଦନ ବାଧା ପ୍ରାପ୍ତ ହୋଇଛି ।
ତେବେ ବ୍ଲାଷ୍ଟ ଫଳରେ ୬ଟି ଜେନେରେଟର ସମ୍ପୂର୍ଣ ବନ୍ଦ ହୋଇଯାଇଥିଲା । ପ୍ରକଳ୍ପ ଇଞ୍ଜିନିଅର ମାନେ ରାତି ତମାମ ମରାମତି କାର୍ୟ୍ୟ କରି ଏକ ନମ୍ବର ଜେନେରେଟର ୟୁନିଟ କାର୍ୟ୍ୟକ୍ଷମ କରିବାରେ ସକ୍ଷମ ହୋଇଛନ୍ତି । ବାକି ଜେନେରେଟର ପୁଣି ଥରେ କାର୍ୟ୍ୟକ୍ଷମ କରିବାକୁ ଚେଷ୍ଟା ଜାରି ରହିଛି ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଖରା ଦିନରେ ୨୦ ଦିନ ଧରି ପ୍ରକଳ୍ପର ୬ଟି ଟରଭାଇନ ୨୪ ଘଣ୍ଟା ବିଦ୍ୟୁତ ଉତ୍ପାଦନ କରି ଆସୁଥିଲା । ଏହିଭଳି ଅଘଟଣ ହେବା ଦ୍ୱାରା ବିଦ୍ୟୁତ ଉତ୍ପାଦନରେ ବାଧା ଉପୁଜିଛି ।
Powered by Froala Editor