ବିଦ୍ୟୁତ ସଂସ୍ପର୍ଶରେ ଆସି ୪ ଶ୍ରମିକ ଗୁରୁତର
ଜଳେଶ୍ଵର: ବିଦ୍ୟୁତ ଆଘାତରେ ୪ ଶ୍ରମିକ ଗୁରୁତର ହୋଇଥିବା ଜଣାପଡ଼ିଛି। ବାଲିଆପାଳ ଗ୍ରାମରେ ଘର କାମ କରୁଥିବା ବେଳେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ୪ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ବାଲିଆପାଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ୨ ଜଣଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ବାଲେଶ୍ଵର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଜଣଙ୍କ ଘରେ କାମକରୁଥିବା ବେଳେ ଉକ୍ତ ଶ୍ରମିକମାନେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ।
Powered by Froala Editor