ଗର୍ଭବତୀ କରି ବାହା ହେବାକୁ ଚାହୁଁ ନଥିଲା ବିବାହିତ ପୂଜକ, ମାରି ଫିଙ୍ଗିଦେଲା

ମନ୍ଦିର ଯିବାଆସିବା ବେଳେ ବିବାହିତ ମନ୍ଦିର ପୂଜକଙ୍କ ସାଥିରେ ଅନୈତିକ ସମ୍ପର୍କ ରଖି ଗର୍ଭବତୀ ହୋଇଗଲେ ଶ୍ରଦ୍ଧାଳୁ ।ତାଙ୍କୁ ବିବାହ ପାଇଁ ଜିଦ୍ ଧରିବସିଲେ । ହେଲେ ପୂର୍ବରୁ ବିବାହିତ ଥିବା ପୂଜକ ପ୍ରେମିକାକୁ ବାହା ହେବାକୁ ଚାହୁଁନଥିଲା । କିନ୍ତୁ ଗର୍ଭବତୀ ପ୍ରେମିକା ବାରମ୍ବାର ଜିଦ୍ କରିବାରୁ ଶେଷରେ ନିର୍ମମ ଭାବେ ହତ୍ୟା କରି ମ୍ୟାନହୋଲରେ ଫିଙ୍ଗିଦେଲା । ପ୍ରାୟ ସପ୍ତାହେ ପରେ ପୁଲିସ୍ ତନାଘନା କରି ଗଳିତ ମୃତଦେହକୁ ଉଦ୍ଧାର କରିଥିବା ବେଳେ ପୂଜକଙ୍କୁ ବାନ୍ଧିଛି। ଏପରି ଏକ ଅଭାବନୀୟ ଘଟଣା ହାଇଦ୍ରାବାଦର ଶାମଶାହବାଦରେ ଘଟିଛି।
ଏହି ଘଟଣାରେ ପୁଲିସ୍ ସାରୋନଗର ଅଞ୍ଚଳର ଏକ ମନ୍ଦିରର ପୂଜକ ଆୟାଗରି ଭେଙ୍କଟସୂର୍ଯ୍ୟା ସାଇ କ୍ରିଷ୍ଣାଙ୍କୁ ବାନ୍ଧିଛି। ସେ ଅପସରା ନାମକ ଯୁବତୀଙ୍କୁ ହତ୍ୟା କରିବା ଅଭିଯୋଗରେ ପୁଲିସ୍ ତାଙ୍କୁ ବାନ୍ଧିଛି। ଅପସରା ଜୁନ୍ ୩ରୁ ଘରୁ ଆସିଥିବା ବେଳେ ବସ୍ରେ କୋଏମ୍ବଟୁର ଯିବେ ବୋଲି ମା’ଙ୍କୁ କହିଥିଲେ। ସେମାନେ ସ୍ଥାନୀୟ ଏକ ହୋଟେଲରେ ଖାଇଥିଲେ ଏବଂ କିଛି ସମୟ ବିତାଇଥିଲେ । ଏହା ପରଦିନ ସାଇକ୍ରିଷ୍ଣା ତାଙ୍କୁ ନେଇ ଗୋଶାଳା ସ୍ଥିତ ଏକ ନିଛାଟିଆ ସ୍ଥାନକୁ ଯାଇଥିଲା । ସେଠାରେ ସେ ଅପସରାଙ୍କ ଉପରେ କାର୍ ମଡାଇ ଦେଇଥିଲା । ଅଭିଯୁକ୍ତ ଅପସରାଙ୍କ ମୁଣ୍ଡରେ ୧୦ ଥର କାର୍ ଚଢାଇ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ହତ୍ୟା ପରେ ସେ ମୃତଦେହକୁ ଘୋଡାଇ କାରରେ ସରୋରନଗରରେ ପହଞ୍ଚିଥିଲା । ଦୁଇ ଦିନ କାରରେ ମୃତଦେହ ରଖିବା ପରେ ମନ୍ଦିର ପାଖ ଏକ ମ୍ୟାନହୋଲରେ ଫିଙ୍ଗି ଦେଇଥିଲା ।
ନିଜକୁ ପୁଲିସ୍ କବଳରୁ ରକ୍ଷା କରିବାକୁ ପୂଜକ ଜୁନ୍ ୫ରେ ଅପସରା ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ। ସିସିଟିଭି ଫୁଟେଜ ଛାନଭିନ ପରେ ପୋଲିସ ସାଇକ୍ରିଷ୍ଣାକୁ ପଚରାଉଚରା କରିଥିଲା । ଶେଷରେ ଅଭିଯୁକ୍ତ ନିଜର ଦୋଷ ସ୍ବୀକାର କରିଥିଲା ।
Powered by Froala Editor