ପାଇଖାନା ଭିତରୁ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ମାଲକାନଗିରି : ଝୁଲନ୍ତା ଅବସ୍ଥାରେ କଏଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମାଲକାନଗିରି ଉପକାରାଗାର ପାଇଖାନା ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି ।ସୂଚନାଯୋଗ୍ୟ ଯେ, ମାଲକାନଗିରି ଉପକାରାଗାର ପାଇଖାନା ଭିତରୁ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ମାଲକାନଗିରି ମେଡିକାଲରେ କଏଦୀଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ କଏଦୀ ଜଣଙ୍କ ବିଧାନ ମିର୍ଦ୍ଧା ବୋଲି ସୂଚନା ରହିଛି । ଏକ ହତ୍ୟା ମାମଲାରେ ବିଧାନ ମିର୍ଦ୍ଧା ଦୋଷୀ ସାବ୍ୟସ୍ତ ହୋଇଥିଲେ । ଫଳରେ ସେ ମାଲକାନଗିରିର ଉପକାରାଗାରରେ କଏଦୀ ଭାବେ ରହୁଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ତାହା ସ୍ପଷ୍ଟ ଜଣାପଡିନାହିଁ ।
Powered by Froala Editor