ଛାତରୁ ଖସି ଶ୍ରମିକ ମୃତ
ବୌଦ୍ଧ: ମିସ୍ତ୍ରୀ କାମ କରିବାକୁ ଯାଇ ଘରକୁ ଶବ ହୋଇ ଫେରିଲେ ଶ୍ରମିକ । ଘରର ଛାତ ନିର୍ମାଣ ଚାଲିଥିବା ବେଳେ ଛାତରୁ ଖସିପଡ଼ି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବୌଦ୍ଧ ଜିଲ୍ଲା ବଘିଆପଡ଼ା ଫାଣ୍ଡି ସାଲେଶିଂ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ସୁକପାଲି ଗ୍ରାମର ଅନୀଲ ଥାଟି । ବଘିଆପଡ଼ା ପୋଲିସ ଶବ ଜବତ କରି ତଦନ୍ତ ଚଳାଇଛି ।
ସୂଚନାଯୋଗ୍ୟ ଯେ, ବୌଦ୍ଧ ସଦର ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ସାଲେ ସିଂ ଗ୍ରାମରେ ଏକ ଘରର ନିର୍ମାଣ କାମ ଚାଲିଥିଲା । ସେଠାରେ ମିସ୍ତ୍ରୀ ଭାବେ କାମ କରୁଥିବା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଶୁକପାଲି ଗ୍ରାମର ଅନୀଲ ଥାଟି କୌଣସି କାରଣରୁ ଛାତରୁ ଖସିପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଅଣାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ବଘିଆପଡା ଫାଣ୍ଡିରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।
Powered by Froala Editor