ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ଜୋରଦାର: ଛାମୁଆ ସଂଗଠନରେ ହେବ ପରିବର୍ତ୍ତନ
ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ଜୋର ଧରିଛି ।ଏହି ପରିପ୍ରେକ୍ଷୀରେ ଖୁବଶୀଘ୍ର ଛାମୁଆ ସଂଗଠନରେ କେତେକ ପରିବର୍ତ୍ତନ ହୋଇପାରେ । ଏହା ପୂର୍ବରୁ ୮ଟି ସାଂଗଠନିକ ଜିଲ୍ଲାରେ ବିଜେଡି ନୂଆ ମଙ୍ଗୁଆଳ ନିଯୁକ୍ତ କରିବାକୁ ବିଚାର ବିମର୍ଷ ଚଳାଇଛି । ଏ ନେଇ ପ୍ରକ୍ରିୟା ଆଗେଇ ଥିବାବେଳେ ଖୁବଶୀଘ୍ର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯିବ ବୋଲି ଜଣାପଡ଼ିଛି ।
କିଶୋର ମହାନ୍ତି ଓ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରଠାରୁ ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲା ବିଜେଡି ସଭାପତି ପଦ ଖାଲି ପଡ଼ିଛି । ଢେର୍ ଦିନର ବ୍ୟବଧାନ ପରେ ଉଭୟ ଜିଲ୍ଲାରେ ନୂଆ ସଭାପତି ନିଯୁକ୍ତ କରିବାକୁ ବିଜେଡି ଅଣ୍ଟା ଭିଡ଼ିଛି । ଏହାବାଦ୍ ଏକାଧିକ ପଦରେ ଥିବା ନେତାଙ୍କ ହାତରୁ ଜିଲ୍ଲା ସଭାପତି ଦାୟିତ୍ୱ ନେଇ ନୂଆ ସଭାପତି ନିଯୁକ୍ତ କରାଯିବ । ପର୍ୟ୍ୟବେକ୍ଷକ ନିଯୁକ୍ତ ହୋଇଥିବା କେତେକ ନେତାଙ୍କୁ ଆଉ ଜିଲ୍ଲା ସଭାପତି ଦାୟିତ୍ୱରେ ନ ରଖିବାକୁ ଦଳ ନିଷ୍ପତ୍ତି ନେଇଥିବା ଖବର ମିଳିଛି ।
Powered by Froala Editor