ହାତୀ ଆକ୍ରମଣରେ ନାବାଳକ ମୃତ
ଢେଙ୍କାନାଳ : ନାବାଳକଙ୍କୁ ଦଳି ମାରିଦେଲା ଦନ୍ତା। ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଷଡ଼ଙ୍ଗୀ ବନାଞ୍ଚଳ ଆରୁହାଁ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ଘଟିଛି। ଏଥିରେ ନାବାଳକଙ୍କ ସାଙ୍ଗ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ତଳକାଶୀପୁର ଗ୍ରାମର ପପୁ ମଲ୍ଲିକ (୧୪ ବର୍ଷ)।
ସୂଚନାନୁଯାୟୀ, ବିଦ୍ୟାଳୟ ଛୁଟି ଥିବାରୁ ପପୁ ନିଜ ମାମୁଁ ଘର ଆରୁହାଁକୁ ବୁଲିବାକୁ ଆସିଥିଲେ। ଦୁଇ ସାଙ୍ଗ ସୋମବାର ସକାଳେ କାଜୁ ତୋଳିବାକୁ ଯାଇଥିଲେ। ଜଙ୍ଗଲରୁ ହଠାତ ଏକ ହାତୀ ସେମାନଙ୍କୁ ଗୋଡ଼ାଇଥିଲା। ପପୁ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଦଳି ମାରିଦେଇଥିଲା।
Powered by Froala Editor