କୋଲେଷ୍ଟରଲ୍ କମ୍ କରିଥାଏ ପିଆଜ
ଏବେ ରାଜ୍ୟର ତାପମାତ୍ରା ଧୀରେ ଧୀରେ ୪୩ ଡିଗ୍ରୀ ଅତିକ୍ରମ କଲାଣି । ଫଳରେ ଥଣ୍ଡା ପାନୀୟ ଚାହିଦା ଆକାଶ ଛୁଆଁ ହେବାକୁ ଲାଗିଲାଣି । କିଛି ଲୋକ ଗରମରୁ ରକ୍ଷା ପାଇବା ପାଇଁ ପିଆଜ ଖାଇବାକୁ ପସନ୍ଦ କରିଥାନ୍ତି । କୁହାଯାଏ କଞ୍ଚା ପିଆଜରେ ଥିବା ପୋଷକ ତତ୍ତ୍ୱ ଲୁ ଓ ଜଳାଭାବରୁ ରକ୍ଷା କରିବାରେ ସାହାଯ୍ୟ କରେ । ଚାଲନ୍ତୁ ଜାଣିବା ଖରାଦିନେ କାହିଁକି ପିଆଜ ଖାଇବାକୁ କୁହାଯାଏ ।
ପିଆଜର ପୋଷକ ତତ୍ତ୍ୱ :
ପିଆଜରେ ସଲ୍ଫର, ଫାଇବର, ପୋଟାସିୟମ୍, କ୍ୟାଲସିୟମ୍, ଭିଟାମିନ୍ଥ୧ଧବି ଓ ଭିଟାମିନ୍-ସି ଭରି ରହିଥାଏ । ଏହାବ୍ୟତୀତ ମଧ୍ୟ କେତେକ ପୋଷକ ତତ୍ତ୍ୱ ରହିଛି ପିଆଜରେ, ଯାହା କୋଲେଷ୍ଟରଲ୍ କମ୍ କରିଥାଏ ।
ଲୁ’ରୁ ରକ୍ଷା କରେ :
ଗରମ ଦିନେ ଖରା ଓ ଲୁ’ ଯୋଗୁ ବହୁ ଲୋକ ରୋଗରେ ପଡିଥାନ୍ତି । ଲୁ’ ପ୍ରଭାବରୁ ରକ୍ଷା ପାଇବା ପାଇଁ କଞ୍ଚା ପିଆଜ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ହିଟ୍ ଷ୍ଟ୍ରୋକ୍ ସମସ୍ୟାରୁ ମଧ୍ୟ ରକ୍ଷା କରେ ପିଆଜ ।
ଶରୀରକୁ ଥଣ୍ଡା ରଖେ :
ଗରମ ଦିନେ ପିଆଜ ଖାଇବା ଦ୍ୱାରା ଶରୀର ଥଣ୍ଡା ରହିବା ସହ ଅନେକ ଖରାଦିନିଆ ରୋଗରୁ ରକ୍ଷା କରିଥାଏ ।
Powered by Froala Editor