ନୂଆ ସଂସଦ ଭବନରେ ୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ
ସଂସଦର ନୂଆ ବିଲଡିଂର ଉଦଘାଟନକୁ ଅଧିକ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ପୋଷ୍ଟାଲ ଷ୍ଟାମ୍ପ ଓ ୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଛନ୍ତି। ନୂଆ ସଂସଦ ଭବନର ଲୋକସଭା ଚ୍ୟାମ୍ବରରେ ସେ ଏହାକୁ ଲୋକାର୍ପଣ କରିଛନ୍ତି। ଏହି ସମୟରେ ଲୋକସଭା ବାଚସ୍ପତି ଓମ ବିଲା ଓ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ମଧ୍ୟ ଉପସ୍ଥିତ ରହିଥିଲେ।
କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧୀନରେ ଥିବା ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ମୁଦ୍ରାର ଓଜନ ୩୪.୬୫ ଗ୍ରାମରୁ ୩୫.୩୫ ଗ୍ରାମ ମଧ୍ୟରେ ରହିବ। ମୁଦ୍ରାର ଗୋଟିଏ ପାର୍ଶ୍ୱରେ ମଝିରେ ଅଶୋକ ସ୍ତମ୍ଭର ଛବି ରହିଛି, ଯାହାର ଗୋଟିଏ ପାର୍ଶ୍ୱରେ ଦେବନାଗରୀ ଲିପିରେ ‘ଭାରତ’ ଏବଂ ଅନ୍ୟପଟେ ଇଂରାଜୀରେ ‘ଭାରତ’ ଲେଖାଯାଇଛି।
ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ମିଣ୍ଟ (ମୁଦ୍ରାଶାଳା)ରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏହି ମୁଦ୍ରାରେ ୫୦ ପ୍ରତିଶତ ରୂପା, ୪୦ ପ୍ରତିଶତ ତମ୍ବା ଏବଂ ୫-୫ ପ୍ରତିଶତ ନିକେଲ-ଜିଙ୍କ ରହିଛି। ମୁଦ୍ରାର ବ୍ୟାସ ୪୪ ମିଲିମିଟର । ୭୫ ଟଙ୍କିଆ ମୁଦ୍ରାରେ ନୂଆ ସଂସଦ ଭବନର ଚିତ୍ର ତଳେ ୨୦୨୩ ବର୍ଷ ଲେଖାଯାଇଛି। ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କରି ସାରିଛି। ଏହାକୁ ମନେ ରଖିବା ପାଇଁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଭାବେ ୭୫ ଟଙ୍କିଆ କଏନ ଜାରି କରାଯାଇଛି।
Powered by Froala Editor