ନୂଆ ସଂସଦ ଡିଜାଇନକୁ ‘କଫିନ’ କହିଲା ଆର୍ଜେଡି
ନୂଆ ସଂସଦ ଭବନର ‘ଡିଜାଇନ୍’ ବା ଆକୃତିକୁ ‘ରାଷ୍ଟ୍ରୀୟ ଜନତା ଦଳ’ (ଆର୍ଜେଡି) ଗୋଟାଏ ‘କଫିନ୍’ (ଶବାଧାର) ସହିତ ତୁଳନା କରିଛି। ଆରଜେଡି ନେତା ଶକ୍ତି ସିଂହ ଯାଦବ କହିଛନ୍ତି ଯେ ଆମ ଟ୍ୱିଟରେ ଯେଉଁ କଫିନର ଚିତ୍ର ଦିଆଯାଇଛି, ତାହା ବର୍ତ୍ତମାନ ଦେଶର ଗଣତନ୍ତ୍ରର ସ୍ଥିତିକୁ ଦର୍ଶାଇଛି। ଅର୍ଥାତ୍ ଦେଶରେ ଗଣତନ୍ତ୍ରକୁ କଫିନ୍ ଦେଇ ଦିଆଯାଇଛି। ଦେଶ ଏହାକୁ କେବେ ଗ୍ରହଣ କରିବ ନାହିଁ। ସଂସଦ ହେଉଛି ଗଣତନ୍ତ୍ରର ମନ୍ଦିର, ଯେଉଁଠି ଆଲୋଚନା ହୁଏ। କିନ୍ତୁ ଏବେ ଉଭୟ ପରମ୍ପରା ଓ ସମ୍ବିଧାନକୁ ଉଲ୍ଲଂଘନ କରାଯାଉଛି। ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ।
‘ବିଜେପି’ ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି, ୨୦୨୪ରେ ଦେଶବାସୀ ତୁମକୁ ଏହି ‘କଫିନ୍’ରେ ପୂରାଇ ପୋତି ପକାଇବେ। ସେହିପରି, ‘ଏଆଇଏମ୍ଆଇଏମ୍’ ମୁଖ୍ୟ ଅସାଦୁଦ୍ଦିନ୍ ଅୱେସୀ କହିଛନ୍ତି, ‘କଫିନ୍’ ସହିତ ନୁହେଁ ନୂଆ ସଂସଦ ଭବନକୁ ‘ଆର୍ଜେଡି’ ଅନ୍ୟ କିଛି ସହିତ ତୁଳନା କରିବା ଉଚିତ ଥିଲା।
ଆରଜେଡିର ଟ୍ୱିଟ ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି। ଦେଶର ନୂଆ ସଂସଦ ଭବନକୁ କଫିନ ସହିତ ତୁଳନା କରିଥିବା ଲୋକଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରାଯିବା ଉଚିତ ବୋଲି ଦଳ କହିଛି।
Powered by Froala Editor