ବାଥରୁମ୍ରେ ବେହୋସ ହୋଇ ପଡ଼ିଲେ ସତ୍ୟେନ୍ଦ୍ର ଜୈନ
ତିହାର୍ ଜେଲ୍ର ବାଥ୍ରୁମ୍ ରେ ପଡ଼ି ଅଚେତ ହୋଇଯିବାରୁ ଦିଲ୍ଲୀର ପୂର୍ବତନ ଶିକ୍ଷାମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗୁରୁବାର ଦିନ ଜାତୀୟ ରାଜଧାନୀସ୍ଥିତ ‘ଦୀନ୍ ଦୟାଲ୍ ହସ୍ପିଟାଲ୍’ରେ ଭର୍ତ୍ତି କରାଯାଇଛି। ୨ ଦିନ ତଳେ ତିହାର ଜେଲ୍ରେ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ଜୈନଙ୍କୁ ଦିଲ୍ଲୀ ସଫଦର୍ଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଚିକିତ୍ସିତ ହୋଇ ଜେଲ୍ ଫେରିବା ପରେ ଆଜି ପୁଣି ଥରେ ସେ ଅସୁସ୍ଥ ହୋଇ ପଡ଼ିଛନ୍ତି।
ତିହାର ଜେଲ୍ ‘ଡିଜି’ଙ୍କ କହିବା ଅନୁସାରେ, ଜେଲ୍ ପରିସରସ୍ଥିତ ସେଲ୍ ନମ୍ବର ୭ରେ ରଖାଯାଇଥିବା ସତ୍ୟେନ୍ଦ୍ର ଜୈନ୍ ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ୱାସ୍ରୁମ୍ ମଧ୍ୟରେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇ କେତେଗୁଡ଼ିଏ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ତାଙ୍କ ମେରୁଦଣ୍ଡରେ ଅସ୍ତ୍ରୋପଚାର କରାଯିବ। ଏବେ ସେ ଚିକିତ୍ସାଧନ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସବିଶେଷ ବିବରଣୀ ମିଳି ପାରିନି ।
ଇଡି ଦ୍ୱାରା ରୁଜୁ ମନି ଲଣ୍ଡରିଂ ମାମଲାରେ ଜୈନ ଗତବର୍ଷ ମେ’ ୩୦ରେ ଗିରଫ ହୋଇଥିଲେ। ସେବେଠାରୁ ସେ ଜେଲରେ ରହିଛନ୍ତି। ସତ୍ୟେନ୍ଦ୍ର ଜୈନ ଗତ ଗୁରୁବାର ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ କୋର୍ଟରେ ଜୈନଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। ଜୈନ ବର୍ତ୍ତମାନ ଅତ୍ୟନ୍ତ ସାଂଘାତିକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି। ତାଙ୍କ ଓଜନ ୩୫ କେଜି କମି ସାରିଲାଣି। ସେ କଙ୍କାଳ ବନି ଗଲେଣି ବୋଲି ସେ କୋର୍ଟଙ୍କୁ କହିଥିଲେ ।
Powered by Froala Editor