ଜ୍ୱାଳାମୁଖୀ ମନ୍ଦିର ଦାନ ବାକ୍ସରେ ପଡ଼ିଲା ୮ଲକ୍ଷର ୨୦୦୦ ଟଙ୍କିଆ ନୋଟ
ଭାରତରେ ୨୦୦୦ ଟଙ୍କିଆ ନୋଟ୍ ବ୍ୟାନ ହେବ ବୋଲି ଖବର ପ୍ରକାଶ ପାଇବା ପରେ କଳାଧନ ଜମାକାରୀ ଛାନିଆ ହୋଇପଡିଛନ୍ତି । ଇତିମଧ୍ୟରେ ଏକ ରୋଚକ ଖବର ସାମ୍ନାକୁ ଆସିଛି । ଜଣେ ଭକ୍ତ ହିମାଚଳ ପ୍ରଦେଶର ମା ଜ୍ୱାଳାମୁଖୀ ମନ୍ଦିରରେ ୨୦୦୦ ଟଙ୍କିଆ ନୋଟର ୪୦୦ ନୋଟ ଅର୍ଥାତ ୮ଲକ୍ଷ ଟଙ୍କା ଦାନ କରିଛନ୍ତି। ପ୍ରାପ୍ତ ଖବର ଅନୁଯାୟୀ ମନ୍ଦିରର ଆକବରଙ୍କ ଛତା ନିକଟରେ ରଖାଯାଇଥିବା ଦାନ ବାକ୍ସରେ ଏହି ରାଶି ଦାନ କରାଯାଇଥିଲା। ବର୍ତ୍ତମାନ ଏହି ପରିମାଣର ଦାନ ଚର୍ଚ୍ଚାର ବିଷୟ ପାଲଟିଛି।
ଜ୍ୱାଳାମୁଖୀ ମ୍ୟୁନିସିପାଲିଟି କାଉନସିଲର ଅଧ୍ୟକ୍ଷ ଧର୍ମେନ୍ଦ୍ର ଶର୍ମା କହିଛନ୍ତି ସେପ୍ଟେମ୍ବର ପର୍ଯ୍ୟନ୍ତ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ ବଦଳାଯାଇପାରିବ। ଏପରି ପରିସ୍ଥିତିରେ ଯଦି ମନ୍ଦିର ଦାନ ବାକ୍ସରେ ୨୦୦୦ ଟଙ୍କିଆ ନୋଟ ଜମା ହୁଏ, ତେବେ ନିଶ୍ଚିତ ଭାବରେ ଏହା ଦ୍ୱାରା ମନ୍ଦିରର ବିକାଶ ହେବ। ଏହି ଅର୍ଥ ମନ୍ଦିରର ବିକାଶ କାର୍ଯ୍ୟରେ ଖର୍ଚ୍ଚ ହେବ। ଏପରିସ୍ଥଳେ ଡିସି କାଙ୍ଗଡା ନିପୁନ ଜିନ୍ଦଲ କହିଛନ୍ତି ଏ ବାବଦରେ ଆମକୁ କୌଣସି ଖବର ମିଳି ନାହିଁ।
Powered by Froala Editor