ଷ୍ଟେସନରେ ଟ୍ରେନ୍ ଅଟକାଇବାର ଥିଲା, ହେଲେ ଭୁଲିଗଲେ ଲୋକ ପାଇଲଟ
ଷ୍ଟେସନରେ ଟ୍ରେନ୍ ରଖିବାକୁ ଭୁଲି ଗଲେ ଲୋକ ପାଇଲଟ। ଷ୍ଟେସନ ଠାରୁ ଅଧା କିଲୋମିଟରରୁ ଅଧିକ ବାଟ ଅତିକ୍ରମ କରିବା ପରେ ସେ ଟ୍ରେନକୁ ପଛକୁ ନେଇଥିଲେ ଓ ଷ୍ଟେସନରେ ପହଞ୍ଚିଥିଲେ। ଅପେକ୍ଷାରତ ଯାତ୍ରୀମାନେ ଚଢ଼ିବା ପରେ ପୁଣି ଟ୍ରେନ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। କେରଳର ଅଲପ୍ପୁଝା ଜିଲାର ଚେରିୟାନାଡରେ ଦେଖିବାକୁ ମିଳିଛି ଏମିତି ଏକ ଘଟଣା।
ତେବେ ଟ୍ରେନ୍ଟି ଗ୍ରାମାଞ୍ଚଳର ଏକ ଷ୍ଟେଶନକୁ ଅତିକ୍ରମ କରିଯିବା ଓ ଯାତ୍ରୀଙ୍କୁ ଉଠାଇବା ପାଇଁ ପୁଣିଥରେ ପଛକୁ ଫେରିବା ‘ଦିଲ୍ଓ୍ବାଲେ ଦୁଲ୍ହନିଆ ଲେ ଜାୟେଙ୍ଗେ’ ନାଟକୀୟ ଦୃଶ୍ୟଠାରୁ କମ୍ ନ ଥିଲା। ଥିରୁଭାନନ୍ତପୁରମ୍ରୁ ଯାଉଥିବା ୧୬୩୦୨ ଭେନାଦ ଏକ୍ସପ୍ରେସ୍ ସକାଳ ୭ଟା ୪୫ରେ ଚେରିୟାନଡ୍ ଷ୍ଟେଶନ ନିକଟରେ ପହଞ୍ଚତ୍ଥିବାବେଳେ ଏହା ଏକ ହଲ୍ଟ ଷ୍ଟେଶନ ହୋଇଥିବାରୁ କୌଣସି ସିଗ୍ନାଲ ନ ଥିଲା। ଡ୍ରାଇଭରଙ୍କ ଭୁଲ୍ କାରଣରୁ ଟ୍ରେନ୍ କିଛି ବାଟ ଅତିକ୍ରମ କରିଯିବା ପରେ ସେ ଏକ ଷ୍ଟେଶନକୁ ଛାଡ଼ିଆସିଥିବା ଜାଣିବାକୁ ପାଇଥିଲେ। ଫଳରେ ଯାତ୍ରୀଙ୍କୁ ନେବା ଲାଗି ସେ ଟ୍ରେନ୍କୁ ପଛକୁ ଫେରାଇଥିଲେ। ଟ୍ରେନ ଉକ୍ତ ଷ୍ଟେସନ ଠାରୁ ପ୍ରାୟ ୭୦୦ ମିଟର ଅତିକ୍ରମ କରି ସାରିଥିଲା। ତଥାପି ଲୋକ ପାଇଲଟ ଟ୍ରେନ୍ ଅଟକାଇଥିଲେ ଓ ପଛକୁ ଫେରିଥିଲେ।
Powered by Froala Editor