ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମୈୟା
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମୈୟା । ଶପଥ ଗ୍ରହଣ ସମାରୋହରେ କଲେ ଶକ୍ତି ପ୍ରଦର୍ଶନ । ସିଦ୍ଦରମୈୟାଙ୍କ ସହ ଡିକେ ଶିବ କୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କ୍ୟାବିନେଟ ମନ୍ତ୍ରୀ ଓ ବିଧାୟକମାନେ ବି ଶପଥ ନେଇଛନ୍ତି । ମେ ୧୩ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା । ଏଥିରେ କଂଗ୍ରେସ ୧୩୫, ବିଜେପି ୬୬ ଓ ଜେଡିଏମ ୧୯ ସିଟରେ ବିଜୟ ହାସଲ କରିଥିଲା ।
ଏହି ଅବସରରେ ରାଜ୍ୟପାଳ ଥାବରଚନ୍ଦ ଗେହଲଟ୍ ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ସମାରୋହରେ ବହୁ ବରିଷ୍ଠ ନେତା ସାମିଲ ରହିଛନ୍ତି। ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ରହିଛନ୍ତି। ନୀତୀଶ କୁମାର, ଏମ୍କେ ଷ୍ଟାଲିନ୍, ଭୂପେଶ ବଘେଲ ମଧ୍ୟ ଉପସ୍ଥିତ ରହିଛନ୍ତି।
Powered by Froala Editor