ନିଜ ଉପରେ ସିନେମା ପାଇଁ ଧୋନି ନେଇଛନ୍ତି ୪୫ କୋଟି
ମୁମ୍ବାଇ : ମହେନ୍ଦ୍ର ସିଂହ ହେଉଛନ୍ତି ଭାରତୀୟ କ୍ରିକେଟ ଇତିହାସରେ ଅନ୍ୟତମ ସଫଳ ଖେଳାଳି ଏବଂ ଅତି ସଫଳ ଅଧିନାୟକ । ଏହାକୁ ଦେଖି ଧୋନିଙ୍କ ଜୀବନ ଉପରେ ବଲିଉଡ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା । ସ୍ୱର୍ଗତ ସୁଶାନ୍ତ ସିଂହ ରାଜପୁତ ଅଭିନୀତ ଏହି ଫିଲ୍ମର ନିର୍ମାଣ ପାଇଁ ନିଜେ ଧୋନି ୪୫ କୋଟି ଟଙ୍କାର ବଡ଼ ଧନରାଶି ନେଇଥିଲେ ବୋଲି ଜାଣିବାକୁ ମିଳିଛି । ଚଳଚ୍ଚିତ୍ରର ନାମ ରଖା ଯାଇଥିଲା ଏମଏସ ଧୋନି ଦି ଅନଟୋଲଡ ଷ୍ଟୋରି । ୨୦୧୬ ସେପ୍ଟେମ୍ବରରେ ଏହା ପରଦାକୁ ଆସିଥିଲା ଏବଂ ବେଶ ସଫଳତା ପାଇଥିଲା । ବିଶ୍ୱର ଏକମାତ୍ର ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନି ଦେଶକୁ ୩ଟି ଯାକ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତାଇଛନ୍ତି । ୨୦୦୭ ରେ ଧୋନିଙ୍କ ନେତୃତ୍ୱରେ ଭାରତ ଟି ୨୦ ବିଶ୍ୱକପ ଜିତିଥିବା ବେଳେ ୨୦୧୧ ଦିନିକିଆ ବିଶ୍ୱକପ ମଧ୍ୟ ଭାରତ ଧୋନିଙ୍କ ନେତୃତ୍ୱରେ ଜିତିଥିଲା ।
Powered by Froala Editor