ନବଜାତକଙ୍କ ନାମକରଣ କରାଯାଇଛି 'ୟାସ’

ରାଜନଗର/ବାଲେଶ୍ୱର : ବାତ୍ୟା ‘ୟାସ’ ଆସିଲା ଏବଂ ଚାଲିଗଲା । ତେବେ,‘ୟାସ’କୁ ମନେପକାଇବା ପାଇଁ ଏହି ନାଁ ଅନୁସାରେ ଦୁଇଜଣ ନବଜାତକଙ୍କ ନାମକରଣ କରାଯାଇଛି । ଦୁହିଁଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ହରିଣପୋଖରୀ ଗାଁର ସୌମ୍ୟରଂଜନ ବୈରାଗୀଙ୍କ ପନôୀ ସରସ୍ୱତୀଙ୍କ କୋଳମଣ୍ଡନ କରିଛନ୍ତି । ଗତକାଲି ବାତ୍ୟା ସମୟରେ ୪ଜଣ ମହିଳା ସନ୍ତାନ ଜନ୍ମ କରିଥିଲେ । ତେବେ, ବାତ୍ୟା ସମୟରେ ଜନ୍ମ ହୋଇଥିବାରୁ ସୌମ୍ୟରଂଜନ ନିଜ ନବଜାତ କନ୍ୟା ନାଁ ‘ୟସ୍’ ରଖିଛନ୍ତି । ସେହିଭଳି, ବାଲେଶ୍ୱର ସଦର ବ୍ଲକ ପରଖି ଅଞ୍ଚଳର ବାଦଲ ମାଇତିଙ୍କ ପନôୀ ସୋନାଲି ମାଇତି ବୁଧବାର ସନ୍ଧ୍ୟାରେ ଏକ ପୁତ୍ର ସନ୍ତାନ ଜନ୍ମଦେଇଛନ୍ତି । ବାତ୍ୟା ସମୟରେ ଶିଶୁଟି ଜନ୍ମଲାଭ କରିଥିବାରୁ ପରିବାର ଲୋକ ତା’ର ନାଁ ‘ୟାସ୍’ ବୋଲି ରଖିଛନ୍ତି । ଉଭୟ ଶିଶୁ ସୁସ୍ଥ ଅଛନ୍ତି । ପ୍ରକାଶଥାଉକି, ବାତ୍ୟାକୁ ଦୃଷ୍ଟିରେ ରଖି ରାଜନଗରରେ ୪ ଜଣ ମହିଳା ସନ୍ତାନ ଜନ୍ମ କରିଥିବାବେଳେ ବାଲେଶ୍ୱର ଓ ଭଦ୍ରକର ୯୧ଜଣ ନବଜାତକ ଜନ୍ମଲାଭ କରିଥିଲେ ।
Powered by Froala Editor