କର୍ଣ୍ଣାଟକର ଡିଜିପି ପ୍ରବୀଣ ସୁଦ ସିବିଆଇର ନିର୍ଦ୍ଦେଶକ ନିଯୁକ୍ତ
ସିବିଆଇର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ପାଇଛନ୍ତି କର୍ଣ୍ଣାଟକର ଡିଜିପି ପ୍ରବୀଣ ସୁଦ। ପ୍ରବୀଣ ସୁଦ ୧୯୮୬ ବ୍ୟାଚର ଜଣେ ଆଇପିଏସ୍ ଅଧିକାରୀ ଥିବା ବେଳେ ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ପ୍ରବୀଣ ସୁଦଙ୍କ ନାଁ ଆଗରେ ରହିଥିଲା। ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ଲୋକସଭା ବିରୋଧୀ ଦଳର ନେତା ଅଧୀରରଞ୍ଜନ ଚୌଧୁରୀଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। କମିଟି ତାଙ୍କ ନିଯୁକ୍ତି ଉପରେ ମୋହର ମାରିଛନ୍ତି।
କମିଟି ପକ୍ଷରୁ ଶନିବାର ସନ୍ଧ୍ୟାରେ ବୈଠକ ବସିଥିଲା। ଏଥିରେ ୩ ଜଣ ବରିଷ୍ଠ ଆଇପିଏସଙ୍କୁ ତାଲିକା ଭୁକ୍ତ କରାଯାଇଥିଲା। ତାଲିକାରେ ପ୍ରବୀଣ ସୁଦଙ୍କ ବ୍ୟତୀତ ସୁଧୀର ସକ୍ସେନା(ଡିଜିପି ମଧ୍ୟପ୍ରଦେଶ) ଓ ତାଜ ହାସନଙ୍କ ନାଁ ରହିଥିଲା। ଏବେ ପ୍ରବୀଣ ଅନ୍ୟ ଦୁଇ ଅଧିକାରୀଙ୍କୁ ପଛରେ ପକାଇ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଦୁଇ ବର୍ଷ ଯାଏ ଏହି ପଦରେ ରହିବେ।
Powered by Froala Editor