ଓଭରଚାର୍ଜିଂ ଯୋଗୁଁ ଇ-ରିକ୍ସା ବ୍ଲାଷ୍ଟ : ସ୍ତ୍ରୀ ସହ ଜଳିଗଲେ ପୁଅ ଓ ଭାଣିଜୀ
ଉତ୍ତରପ୍ରଦେଶର ନିଓ୍ୱାଜପୁରଓ୍ୱା ଅଞ୍ଚଳରେ ଇ-ରିକ୍ସା ବ୍ୟାଟେରୀ ଫାଟି ଜଣେ ମହିଳାଙ୍କ ସହ ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ବ୍ୟାଟେରୀ ଓଭରଚାର୍ଜିଂ ଯୋଗୁଁ ବିସ୍ଫୋରଣ ଘଟିଥିବା ଜଣା ପଡିଛି ।
ଇ-ରିକ୍ସାଟି ମହିଳାଙ୍କ ସ୍ୱାମୀଙ୍କର । ଇ-ରିକ୍ସା ଚାଳକ ତାଙ୍କ ଘରେ ଅନେକ ବ୍ୟାଟେରୀକୁ ଚାର୍ଜରେ ବସାଇ ଘର ବାହାରେ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ସେହି କୋଠରୀରେ ଚାଳକଙ୍କ ସ୍ତ୍ରୀ , ତିନି ପିଲା ଏବଂ ତାଙ୍କ ଛୋଟ ଭାଣିଜୀ ଶୋଇଥିଲେ । ଅଧିକ ଚାର୍ଜିଂ ଯୋଗୁଁ ଗୋଟିଏ ବ୍ୟାଟେରୀ ସକାଳ ୫ ବେଳେ ଫାଟି ଯାଇଥିଲା ।
ଏଥିରେ ମହିଳାଙ୍କ ସହ ୪ ଶିଶୁ ଗୁରୁତର ହୋଇଥିଲେ । ଡାକ୍ତରଖାନାରେ ମହିଳାଙ୍କ ସହ ଇ ରିକ୍ସାଚାଳକଙ୍କ ଛୋଟ ପୁଅ ଏବଂ ଛୋଟ ଭାଣିଜୀର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଛୋଟପିଲାଙ୍କର ଚିକିତ୍ସା ଚାଲିଛି ।
Powered by Froala Editor