କର୍ଣ୍ଣାଟକରେ କଂଗ୍ରେସ ସରକାର
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବେଶ୍ ଭଲ ପ୍ରଦର୍ଶନ କରିଛି । ବିଜେପି ଏହି ନିର୍ବାଚନରେ ଭଲ ପ୍ରଦର୍ଶନ କରିପାରି ନାହିଁ । କଂଗ୍ରେସ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ କର୍ଣ୍ଣାଟକାରେ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରି ନେଇଛି। ୨୦୧୮ରେ ଦଳ ମାତ୍ର ୮୦ଟି ଆସନ ଜିତିଥିଲା। ଏଥର ଦଳ ୧୧୮ଟି ଆସନ ଜିତି ସାରିଛି।
ଏହାର ଅର୍ଥ ଦଳ ୧୩୭ଟି ଆସନ ଜିତିବ। ସେହିପରି ବିଜେପି ୨୦୧୮ରେ ୧୦୪ଟି ଆସନ ଜିତିଥିବା ବେଳେ ଏଥର ୬୩କୁ ଖସିବ। ଜେଡିଏସ୍ ୨୦ଟି ଆସନ ଜିତିବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି। ବିଜେପି କ୍ରମାଗତ ଦ୍ୱିତୀୟଥର ପାଇଁ କର୍ଣ୍ଣାଟକାରେ କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଥିଲା।
ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ନିଜେ ପ୍ରଚାର ମଙ୍ଗ ସମ୍ଭାଳିଥିଲେ। ତଥାପି ବିଜେପି ୨୦୧୮ ରେଜଲ୍ଟକୁ ଦୋହରାଇବାରେ ବିଫଳ ହୋଇଛି। କର୍ଣ୍ଣାଟକା ଉପକୂଳକୁ ଛାଡ଼ି ଦେଲେ ବାକି ସବୁ ରିଜନରେ ବିଜେପି ଠାରୁ କଂଗ୍ରେସ ଅଧିକ ଆସନ ଜିତିଛି।
କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ମେ ୧୦ ତାରିଖରେ କର୍ଣ୍ଣାଟକର ୨୨୪ଟି ଆସନରେ ମତଦାନ ହୋଇଥିଲା ।୧୩ ତାରିଖ ସକାଳେ ମତ ଗଣନା ଆରମ୍ଭ ହୋଇଥିଲା । ପ୍ରଥମରୁ କଂଗ୍ରେସ ଆଗୁଆ ରହିଥିଲା ।
Powered by Froala Editor