ଦିଲ୍ଲୀରେ ପ୍ରଥମ ଥର ଡ୍ରୋନରେ ପଠାଗଲା ରକ୍ତ
ଦିଲ୍ଲୀରେ ପ୍ରଥମ ଥର ପାଇଁ ଡ୍ରୋନ ମାଧ୍ୟମରେ ରକ୍ତ ପ୍ରେରଣ ପରୀକ୍ଷଣ କରାଯାଇଛି । ଡ୍ରୋନ୍ ଜରିଆରେ ଆଇସିଏମଆର ପକ୍ଷରୁ କରାଯାଇଥିବା ପରୀକ୍ଷଣ ଆପାତତଃ ସଫଳ ହୋଇଛି । ଆଉ କିଛି ପର୍ଯ୍ୟାୟ ପରୀକ୍ଷଣ ପରେ ସାରା ଦେଶରେ ଏଥିପାଇଁ ଅନୁମତି ଦିଆଯିବ ।
ଆଇସିଏମଆରର ମହାନିର୍ଦ୍ଦେଶକ ଡ. ରାଜୀବ ବେହଲ କହିଛନ୍ତି ଯେ ଡ୍ରୋନ୍ ଜରିଆରେ ରକ୍ତ ପହଞ୍ଚାଇବାର ବ୍ୟବସ୍ଥା ରୋଗୀ ଓ ସେମାନଙ୍କ ପରିବାର ପାଇଁ ବେଶ୍ ସହାୟକ ହେବ। ଅନେକ ସମୟରେ ରକ୍ତ ଅଭାବରୁ ରୋଗୀଙ୍କ ମୃତ୍ୟୁ ହୋଇଥାଏ। ଦେଶରେ ପ୍ରଥମ ଥର ପାଇଁ ଡ୍ରୋନ୍ ଜରିଆରେ ରକ୍ତ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି।
ବେହଲ କହିଛନ୍ତି, ରକ୍ତ ପରୀକ୍ଷଣ ପାଇଁ କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡ ପାଳନ କରାଯାଏ । ରକ୍ତକୁ ନିର୍ଦ୍ଦିଷ୍ଟ ତାପମାତ୍ରାରେ ପ୍ରେରଣ କରାଯାଇଥାଏ । ଡ୍ରୋନ ମାଧ୍ୟମରେ ନିର୍ଦ୍ଦିଷ୍ଟ ତାପମାତ୍ରା ଥିବା ବାକ୍ସରେ ରକ୍ତକୁ ଥଳିକୁ ରଖି ପ୍ରେରଣ କରାଯାଇଥିଲା । ଏହା ପରେ ରକ୍ତର ଗୁଣବତ୍ତାକୁ ପରୀକ୍ଷା କରାଯାଇଥିଲା । ପରୀକ୍ଷାରୁ ଜଣାପଡ଼ିଲା ଯେ ରକ୍ତର ଗୁଣବତ୍ତାରେ କୌଣସି ପରିବର୍ତ୍ତନ ହୋଇନଥିଲା । ଏହି ପରୀକ୍ଷଣ ସଫଳ ପରେ ଏକ ବଡ ଉପଲବ୍ଧି ମିଳିଛି । ଆଗକୁ ପରୀକ୍ଷଣ ଜାରି ରହିବ । ଦ୍ରୁତ ଗତିରେ ଏହାର ପରିବହନ ହୋଇପାରିବ ।
Powered by Froala Editor