ଦୁଇ ମାସର ଶିଶୁକୁ ଡାକ୍ତରଖାନା ଦ୍ବାରରେ ଛାଡି ଦେଲେ

ଖୋର୍ଦ୍ଧା କୁହୁଡିର ଏକ ଘରୋଇ ଡାକ୍ତରଖାନାରୁ ଦୁଇ ମାସର ଶିଶୁକନ୍ୟାକୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରି ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଛି । ଦୁଇ ଦିନ ପୂର୍ବରୁ କେହି ଜଣେ ଏହି ଦୁଇ ମାସର ଶିଶୁଟିକୁ କୁହୁଡି ସ୍ଥିତ ସାଇ ସେବା ସଦନ ଡାକ୍ତରଖାନାର ମୁଖ୍ୟଦ୍ବାର ନିକଟରେ ଛାଡି ଦେଇଥିଲେ । କୁକୁର ଭୁକିବା ଏବଂ ପିଲାଟିର କାନ୍ଦିବାର ଶବ୍ଦ ଶୁଣି ଡାକ୍ତରଖାନାର ସିକିରୁଟି ଗାର୍ଡ ଶିଶୁଟିକୁ ଉଦ୍ଧାର କରିଥିଲେ ।
ଶିଶୁଟିକୁ ଡାକ୍ତରଖାନାରେ ଚିକିତ୍ସା କରାଯିବା ସହିତ ଆଖପାଖ ଅଞ୍ଚଳରେ ଡାକ୍ତରଖାନା ତରଫରୁ ଧ୍ବନି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଥିଲା ଏବଂ ସ୍ଥାନୀୟ ପୁଲିସ ତଦନ୍ତ କରିଥିଲେ । ଦୁଇ ଦିନ ମଧ୍ୟରେ ଶିଶୁଟିର କୌଣସି ଦାବିଦାର ନ ଆସିବାରୁ ଶିଶୁଟିର ଯତ୍ନ ଏବଂ ସୁରକ୍ଷା ନିମନ୍ତେ ଭୁବନେଶ୍ବର ପାତ୍ରପଡା ସ୍ଥିତ ଆମଘର ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି ।
Powered by Froala Editor