ନିଟ୍ ପରୀକ୍ଷା ହଲ୍ରେ ଛାତ୍ରୀଙ୍କୁ ବ୍ରା ଖୋଲିବାକୁ ବାଧ୍ୟ କଲେ ପରୀକ୍ଷକ
ଚେନ୍ନାଇରେ ନ୍ୟାସନାଲ ଏଲିଜିବିଲିଟି ଏଣ୍ଟା୍ରନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀଙ୍କୁ ବ୍ରା ପିନ୍ଧିବାକୁ ମନା କରାଯାଇଛି। ସେମାନଙ୍କୁ ପରୀକ୍ଷା ହଲରେ ବଳ ପୂର୍ବକ ବ୍ରା ଖୋଲି ଲେଖିବାକୁ ବାଧ୍ୟ କରାଯାଇଥିବା ଘଟଣା ସାମ୍ନାକୁ ଆସିବା ପରେ ବିବାଦ ସୃଷ୍ଟି ହୋଇଛି। ଚେନ୍ନାଇର ଜଣେ ସମ୍ବାଦିକା ଏ ନେଇ ଟୁଇଟ୍ କରି କହିଛନ୍ତି ଯେ, ପରୀକ୍ଷା ହଲ୍ରେ ଜଣେ ଛାତ୍ରୀଙ୍କୁ କୋଣରେ ବସିଥିବାର ଦେଖିଲି। ସେ ତାଙ୍କର ଏକ ବହିଟିକୁ ନିଜ ଛାତିରେ ଚାପି ଧରିଥିଲେ। ଛାତ୍ରୀଙ୍କୁ ପାଖକୁ ଡାକି ସବୁ ଠିକ୍ ଅଛି କି ନାହିଁ ପଚାରିଲି। ପରୀକ୍ଷା ହଲକୁ ଆସିବା ସମୟରେ ତାଙ୍କୁ ବ୍ରା ଖୋଲିବାକୁ କୁହାଯାଇଥିଲା ବୋଲି ସେ କହିଲେ। ଏଥିପାଇଁ ସେ ଲଜ୍ଜାବୋଧ କରୁଛନ୍ତି। ଏହା ଶୁଣି ସାମ୍ବାଦିକ ଜଣଙ୍କ ତାଙ୍କୁ ନିଜ ଷ୍ଟଲ ଦେଇଥିଲେ। କିନ୍ତୁ ଛାତ୍ରୀ ଜଣଙ୍କ ବେଶ ନମ୍ର ଭାବେ ଏହାକୁ ମନା କରିବା ସହ ତାଙ୍କୁ ନେବା ପାଇଁ ତାଙ୍କ ଭାଇ ଆସୁଥିବା କହିଥିଲେ।
ଏହି ଘଟଣାକୁ ସେ ରବିବାର ଟୁଇଟ୍ କରିବା ପରେ ଲୋକେ ଓଲଟି ସାମ୍ବାଦିକାଙ୍କୁ ଟ୍ରୋଲ କରିଥିଲେ। ଟ୍ରୋଲ୍ ହେବାରୁ ସେ ଟୁଇଟ୍କୁ ଡିଲିଟ କରିଦେଇଥିଲେ। ପରେ ସେ କହିଥିଲେ ଯେ, ପରୀକ୍ଷା ସେଣ୍ଟରରେ ଅଧିକାଂଶ ଛାତ୍ରୀ ବ୍ରା ପିନ୍ଧି ନଥିବା ଜାଣିବାକୁ ପାଇଥିଲି। ଯେଉଁମାନେ ମୋତେ ଟ୍ରୋଲ କରୁଛନ୍ତି ସେମାନେ ପରୀକ୍ଷା ଆୟୋଜକଙ୍କୁ ଥରେ ପ୍ରଶ୍ନ କରନ୍ତୁ ବୋଲି ପଚାରିଥିଲେ।
ରବିବାର ତାମିଲନାଡୁର ପ୍ରାୟ ୧.୫ ଲକ୍ଷ ଶିକ୍ଷାର୍ଥୀ ନିଟ୍ ପରୀକ୍ଷା ଦେଇଛନ୍ତି। ଘଟଣା ସମ୍ପର୍କରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ଅନବିଲ ମହେଶ କହିଛନ୍ତି ଯେ ଏପରି କାର୍ଯ୍ୟକଳାପକୁ ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ନିନ୍ଦା କରି ସାରିଛନ୍ତି।
Powered by Froala Editor