ହନୁମାନଗଡ଼ରେ ମିଗ-୨୧ ଫାଇଟର ଜେଟ ଦୁର୍ଘଟଣାଗ୍ରସ୍ତ
ନୂଆଦିଲ୍ଲୀ: ପୁଣି ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାଜସ୍ଥାନରେ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ହନୁମାନଗଡ଼ରେ ମିଗ-୨୧ ଫାଇଟର ଜେଟ ଖସିପଡ଼ିଥିବା ଜଣାଯାଇଛି । ବିମାନ ଖସିବା ଯୋଗୁଁ 3 ଜଣ ସାଧାରଣ ଲୋକଙ୍କ ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟ ସୁରକ୍ଷିତ ଥିବା ଜଣାଯାଇଛି । ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ଘଟଣାସ୍ଥଳରେ ପୁଲିସ ଓ ବାୟୁସେନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
Powered by Froala Editor