ଖାସ୍ ହେବ ୨୦୨୪ ଗଣତନ୍ତ୍ର ଦିବସ : ପରେଡ୍ରେ ଭାଗନେବେ କେବଳ ମହିଳା

୨୦୨୪ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଇତିହାସରେ ସ୍ବତନ୍ତ୍ର ଦିନଟିଏ ହେବାକୁ ଯାଉଛି। ଗଣତନ୍ତ୍ର ଦିବସ ଉତ୍ସବରେ ଚଳିତ ବର୍ଷ ଦିଲ୍ଲୀର କର୍ତ୍ତବ୍ୟ ପଥରେ କେବଳ ମହିଳା ଯବାନମାନଙ୍କୁ ପରେଡ୍ କରିବା ଦେଖିବାକୁ ମିଳିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଏନେଇ ଗୃହ, ସଂସ୍କୃତି ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟକୁ ସୂଚନା ଦେଇଥିବା ଜଣାପଡିଛି।
ଗଣତନ୍ତ୍ର ଦିବସ ଉତ୍ସବରେ ମହିଳାମାନେ ଦୁଃସାହାସୀକ ସମରକଳା ମଧ୍ୟ ଦେଖାଇବେ। ଏହି ନିଷ୍ପତ୍ତି ସମ୍ପର୍କରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଗୃହ, ସଂସ୍କୃତି ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟକୁ ସୂଚିତ କରାଯାଇଛି। ଏହାଛଡ଼ା ମାର୍ଚ୍ଚିଂ ଓ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ତଥା ପ୍ରସ୍ତୁତିରେ କେବଳ ମହିଳାଙ୍କୁ ଦେଖିବାକୁ ମିଳିବ। ସେପଟେ ଏହି ନିଷ୍ପତ୍ତିକୁ କିପରି କାର୍ଯ୍ୟକାରୀ କରାଯିବ ସେନେଇ ଆଲୋଚନା ଚାଲିଥିବା ସେନା ପକ୍ଷରୁ ଏନ୍ଡିଟିଭିକୁ କୁହାଯାଇଛି।
Powered by Froala Editor