୮୬୮ ବୋତଲ କଫସିରପ ଜବତ, ତିନି ଗିରଫ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରୁ ୮୬୮ ବୋତଲ କଫସିରପ ଜବତ ହୋଇଛି। ୫୫ ନମ୍ବର ଜାତୀୟ ରାଜପଥ ଦଲଖାମାଳ ଠାରେ ଗାଡି ଯାଞ୍ଚ ସମୟରେ ତିନି ଜଣକୁ ଗିରଫ କରିଛି ରେଢ଼ାଖୋଲ ପୋଲିସ l ଗିରଫ ତିନିଜଣ ହେଲେ ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଦାନୀପାଲି ଗ୍ରାମର ନାଗେଶ୍ୱର ରୋହିଦାସ, ଡେଙ୍ଗାସର୍ଗି ସୁଖପଡା ଗ୍ରାମର ଦୀପକ ଖଡିଆ, ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଲା ଥାନା ଖଇରପାଲି ଗ୍ରାମର ଟିକୁନୁ ନାଏକ l
ଗତକାଲି ବିଳମ୍ବିତ ରାତିରେ ତିନି ଜଣ ଯୁବକ କଫସିରପ ଅନୁଗୁଳରୁ ସମ୍ବଲପୁର ଚାଲାଣ ବେଳେ ରେଢ଼ାଖୋଲ ଥାନା ଅନ୍ତର୍ଗତ ବେଲଡିହି ଛକ ନିକଟରେ ପୁଲିସ ହାତରେ ଧରାପଡ଼ିଥିଲେ। ପୁଲିସ ସେମାନଙ୍କୁ ଗିରଫ କରିବା ସହ ୮୬୮ ବୋତଲ କଫସିରପ ଜବତ କରିଥିଲା। ଏହାଛଡ଼ା ଯେଉଁ ବୋଲେରୋରେ ସେମାନେ କଫସିରପ ନେଉଥିଲେ, ତାକୁ ମଧ୍ୟ ଜବତ କରାଯାଇଛି।
ଗିରଫ ହୋଇଥିବା ଦୀପକ ନାମରେ ଆଗରୁ ଦୁଇଟି ଓ ନାଗେଶ୍ୱର ନାମରେ ଚାରୋଟି ଅଇଁଠାପାଲି ଥାନାରେ ପୂର୍ବରୁ ମଧ୍ୟ କେଶ ଥିବା ରେଢ଼ାଖୋଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି l
Powered by Froala Editor