ବିମାନରେ ମହିଳା ଯାତ୍ରୀଙ୍କୁ କାମୁଡ଼ିଲା ବିିଛା, କ୍ଷମା ମାଗିଲା ଏୟାର ଇଣ୍ଡିଆ

ନାଗପୁରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କୁ ବିଛା କାମୁଡ଼ି ଦେଇଥିଲା । ଗତ ମାସ ୨୩ ତାରିଖରେ ଏହି ଘଟଣା ଘଟିଥିଲା। କିନ୍ତୁ ଏୟାର ଇଣ୍ଡିଆ ପକ୍ଷରୁ ଆଜି ଏ ବିଷୟରେ ସୂଚନା ଦିଆଯାଇଛି। ଏହା ସହିତ ସଂପୃକ୍ତ ମହିଳାଙ୍କୁ କ୍ଷମା ମାଗିଛି ଏୟାର ଇଣ୍ଡିଆ।
ଏୟାରଲାଇନ୍ସ ତରଫରୁ ଦିଆଯାଇଥିବା ବିବୃତିରେ କୁହାଯାଇଛି ଯେ, ଗତ ମାସରେ ଏହି ଅଘଟଣ ଘଟିଥିଲା । ଏପ୍ରିଲ ୨୩ ତାରିଖରେ ବିମାନ AI 630ରେ ଜଣେ ଯାତ୍ରୀଙ୍କୁ ବିଛା କାମୁଡ଼ି ଦେଇଥିଲା । ପ୍ରୋଟୋକଲ ଅନୁସାରେ ବିମାନର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ବିଛା ମିଳିଥିଲା। ଯେପରି ଆଉ କିଛି ରହିଯାଇ ନଥିବେ ତାହା ବି ସୁନିଶ୍ଚିତ କରାଯାଇଥିଲା। ଏହି ଘଟଣା ପରେ ଏହି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଚିକିତ୍ସା ପରେ ଯାତ୍ରୀ ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।
ଗତ ବର୍ଷ ଡିସେମ୍ବରରେ ଦୁବାଇ ବିମାନ ବନ୍ଦରରେ ଅବତରଣ କରିବା ପରେ କାଲିକଟରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର କାର୍ଗୋ ହୋଲ୍ଡରେ ଏକ ସାପ ମିଳିଥିଲା ।
Powered by Froala Editor