ନିୟମିତ ସେଭିଂ କଲେ ମିଳିଥାଏ ଅନେକ ଫାଇଦା
ସୁନ୍ଦର, ଆକର୍ଷଣୀୟ, ସ୍ମାର୍ଟ୍ ଓ ପ୍ରଫେସନାଲ୍ ଲୁକ୍ ପାଇଁ ଆଜିକାଲି କ୍ଲିନ୍ସେଭ୍ ଚେହେରାକୁ ହିଁ ପସନ୍ଦ କରାଯାଉଛି। ଯେଉଁ ଯୁବକ ଓ ବ୍ୟକ୍ତିମାନେ କ୍ଲିନ୍ସେଭ୍ ପସନ୍ଦ କରନ୍ତି, ସେମାନେ ସପ୍ତାହରେ ୨ରୁ ୩ ଥର ସେଭିଂ ହୁଅନ୍ତି। ହେଲେ, ଆପଣ ଜାଣନ୍ତି, ନିୟମିତ ସେଭିଂ କଲେ ପୁରୁଷଙ୍କ ତ୍ୱଚାକୁ ଅନେକ ଫାଇଦା ମିଳିଥାଏ। ଆସନ୍ତୁ ସେସବୁ ଫାଇଦା ବିଷୟରେ ଜାଣିବା।
ଡେଡ୍ ସ୍କିନ୍ ଦୂର ହୁଏ: ନିୟମିତ ସେଭିଂ କଲେ କେବଳ ଦାଢ଼ି ସଫା ହୁଏ ତା ନୁହେଁ, ତ୍ୱଚାର ଉପର ଭାଗରେ ଜମି ରହିଥିବା ଡେଡ୍ ସ୍କିନ୍ ମଧ୍ୟ ସଫା ହୋଇଯାଏ। ଯାହା ଆପଣଙ୍କୁ ଏକ ଫ୍ରେସ୍ ଲୁକ୍ ଦେଇଥାଏ।
ସୁସ୍ଥ ତ୍ୱଚା: ଏହା ତ୍ୱଚାରୁ ଦାଢ଼ି ଓ ଡେଡ୍ ସ୍କିନ୍ ସଫା କରିବା ସହ ସେଭିଂ ସମୟରେ ତ୍ୱଚାକୁ ଏକ ହାଲ୍କା ମସାଜ ଦେଇଥାଏ।
ୟଙ୍ଗ ଦେଖାଯିବେ: ନିୟମିତ ଭାବେ ସେଭିଂ କଲେ ଡେଡ୍ ସ୍କିନ୍ ବାହାରିଯାଏ। ଫଳରେ ତ୍ୱଚାରେ ମେଲାନିନ୍ ଓ କ୍ୟାରଟିନ୍ର ମାତ୍ରା ବଢ଼ିଥାଏ। ଯାହା ଦ୍ୱାରା ନୂଆ ତିଆରି ହେଉଥିବା ତ୍ୱଚା ପୂରୁଣା ତ୍ୱଚାଠୁ ଅଧିକ ଫ୍ରେଶ୍ ଦେଖାଯାଏ ଓ ଏହାକୁ ଅତି ଶୀଘ୍ର ରିକଭରି ହେବାକୁ ସମୟ ମିଳିଯାଏ।
Powered by Froala Editor