କାର୍ ଛାତକୁ ଛିଟିକି ପଡିଲା ମୃତଦେହ, ତଥାପି ଗାଡି ରୋକିଲାନି ଚାଳକ

ଦିଲ୍ଲୀରେ ପୁଣି ଗୋଟିଏ ହିଟ୍ ଆଣ୍ଡ ରନ ମାମଲା ଘଟିଛି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। କାର୍ ଚାଳକ ପ୍ରଥମେ ବାଇକରେ ଆସୁଥିବା ୨ଭାଇଙ୍କୁ ଧକ୍କା ଦେଇ ପରେ କାର ଉପରେ ପଡ଼ିଥିବା ମୃତଦେହକୁ ୩କିଲୋମିଟର ପର୍ଯ୍ୟନ୍ତ ନେଇଥିବା ସାମ୍ନାକୁ ଆସିଛି। ଏହି ଘଟଣାରେ ଦୀପାଂଶୁ ବର୍ମାଙ୍କ(୩୦)ର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାନ ଭାଇ ମୁକୁଲ(୨୦) ଗୁରୁତର ଆହତ ହୋଇଛନ୍ତି।
ବାଇକରେ ଯାଉଥିବା ଦୁଇ ଜଣଙ୍କୁ କାର୍ଟି ପ୍ରଥମେ ଧକ୍କା ଦେଇଥିଲା। ଏହି ସମୟରେ ବାଇକରେ ବସିଥିବା ୨୦ ବର୍ଷୀୟ ମୁକୁଲ ରାସ୍ତା କଡ଼କୁ ପଡ଼ିଯାଇଥିଲେ। କିନ୍ତୁ ବାଇକ ଚାଳକ ୩୦ ବର୍ଷୀୟ ଦୀପାଂଶୁ ବର୍ମା କାରରେ ପିଟି ହୋଇ ଏହାର ଛାତ ଉପରେ ପଡ଼ି ଯାଇଥିଲେ। ଏକଥା କାର୍ ଚାଳକ ଭଲ ଭାବେ ଜାଣିଥିଲେ ମଧ୍ୟ ଶ୍ରୀ ବର୍ମାଙ୍କୁ ସେଭଳି ଅବସ୍ଥାରେ ୩ କିମି ବାଟ ଯାଏ ନେଇ ଯାଇଥିଲେ। ଭିଡିଓ ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ହରନୀତ ସଙ୍ଗ ଚାୱଲା ନାମକ ଅଭିଯୁକ୍ତକୁ ଗିରଫ କରିଛି।
Powered by Froala Editor