Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, March 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

  • ପେଇଂ ଗେଷ୍ଟଙ୍କୁ ଦିନରେ କେବଳ ୨ ଥର ଖାଦ୍ୟ ...

  • ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ...

  • ଥକାଲି ଶ୍ରୀନିବାସନଙ୍କ ଦେହାନ୍ତ

  • ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ...

  • ଇନକମିଂ କଲ୍ ବନ୍ଦ କରିବା ସମ୍ପୂର୍ଣ୍ଣ ...

  • ପ୍ରେମିକ ଫରହାନଙ୍କ ସହ ମୋନାଲିସା କେରଳ ...

  • ଔଷଧ ଉପରେ ବି ପଡ଼ିଲା ଇରାନ-ଆମେରିକା ...

  • ଏହି ରୋଗୀ ଖାଆନ୍ତୁନି ତରଭୁଜ

  • ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ...

Home ›› ››ମହାନଦୀ ଜଳ ବିବାଦ : ମହାନଦୀକୁ ପାଣି ଛାଡ଼ିବା ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ ଅଧିକାରୀଙ୍କ ଭିତରେ ବାକ୍‌ବିତଣ୍ଡା

ମହାନଦୀ ଜଳ ବିବାଦ : ମହାନଦୀକୁ ପାଣି ଛାଡ଼ିବା ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ ଅଧିକାରୀଙ୍କ ଭିତରେ ବାକ୍‌ବିତଣ୍ଡା

2023-05-03 07:49:49
14118
Share:
Facebook
Twitter
E-Mail
WhatsApp
Telegram
ମହାନଦୀ ଜଳ ବିବାଦ : ମହାନଦୀକୁ ପାଣି ଛାଡ଼ିବା ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ ଅଧିକାରୀଙ୍କ ଭିତରେ ବାକ୍‌ବିତଣ୍ଡା

ଝାରସୁଗୁଡ଼ା: ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଜାରିରହିଛି। ଆଜି ଥିଲା ଗସ୍ତର ତୃତୀୟ ଦିବସ। ସକାଳୁ ଟ୍ରିବ୍ୟୁନାଲ ସଦସ୍ୟ ବସନ୍ତପୁରର ମିରୌନି, ସାରାଡ଼ିହ କଲମା ବ୍ୟାରେଜ ସହ ଓଡିଶା-ଛତିଶଗଡ଼ ସୀମାନ୍ତ ସୂରଜଗଡ଼ରେ ଥିବା ମହାନଦୀର କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି ସମୟରେ ମହାନଦୀକୁ ପାଣି ଛାଡ଼ିବା ପ୍ରସଙ୍ଗରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଅଧିକାରୀଙ୍କ ଭିତରେ ବାକ୍‌ବିତଣ୍ଡା ହୋଇଥିଲା। ପାଣି ଛଡ଼ାଯାଉ ନଥିବା ନେଇ ଓଡ଼ିଶା ବାରମ୍ବାର ଅଭିଯୋଗ କରିଥିବାବେଳେ ଛତିଶଗଡ଼ ଏହି ଅଭିଯୋଗ ଠିକ୍‌ ନୁହେଁ ବୋଲି କହି ଖଣ୍ଡନ କରିଥିଲା।

ଉଭୟ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ଏହି ଯୁକ୍ତିତର୍କର ଏକ ଭିଡିଓ କ୍ଲିପ୍‌ ମଧ୍ୟ ‘ସମ୍ବାଦ’ର ହସ୍ତଗତ ହୋଇଛି। ସୂରଜଗଡ଼ରେ କ୍ଷେତ୍ର ପରିଦର୍ଶନ ପରେ ଟ୍ରିବ୍ୟୁନାଲ୍‌ ସଦସ୍ୟ ରାୟଗଡ଼କୁ‌ ଫେରିଥିଲେ। ବୁଧବାର ସକାଳୁ ଏହି ଟିମ୍‌ କେଲୋ ପ୍ରକଳ୍ପ ପରିଦର୍ଶନ କରିବା ପରେ ସନ୍ଧ୍ୟାରେ ଝାରସୁଗୁଡ଼ା ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଫେରିଯିବେ ବୋଲି ଜଣାପଡ଼ିଛି। ଅଣ ମୌସୁମି ସମୟରେ ଛତିଶଗଡ଼ରେ ମହାନଦୀ ଉପରେ କରାଯାଇଥିବା ବ୍ୟାରେଜ୍‌ ଓ ଆନିକଟରେ ପାଣି ଲହଡି ଭାଙ୍ଗୁଥିବା ବେଳେ ଓଡ଼ିଶାରେ ଶୁଖିଲା ପଡ଼ିଥିବା ଚିତ୍ର ସାମ୍ନାକୁ ଆସିଯିବା ଭୟରେ ଟ୍ରିବ୍ୟୁନାଲ୍‌ ସଦସ୍ୟଙ୍କ ଗସ୍ତ ପୂର୍ବରୁ କଲମା ବ୍ୟାରେଜର ୧୭ଟି ଗେଟ ଦେଇ ଛତିଶଗଡ଼ ମହାନଦୀକୁ ପାଣି ଛାଡ଼ିଦେଇଥିଲା। ଟ୍ରିବ୍ୟୁନାଲଙ୍କ ଗସ୍ତର ପ୍ରଥମ ପର୍ଯ୍ୟାୟରୁ ଛତିଶଗଡ଼ ସରକାରଙ୍କ ଏହି ଚାଲାଖି ଚାଲିଆସିଛି।

ପ୍ରଥମ ପର୍ଯ୍ୟାୟ ଗସ୍ତ ପରେ କଲମାର ୨୦ ଗେଟ୍‌ରୁ ୧୯ଟିକୁ ବନ୍ଦ କରି ଗୋଟିଏ ଗେଟ୍‌ରେ ମହାନଦୀକୁ ଜଳ ନିଷ୍କାସନ କରାଯାଉଥିଲା। ସେଥିରୁ ବି କଲମାର ତଳ ମୁଣ୍ଡରେ ଥିବା କଳକାରଖାନା ପାଣି ଉଠାଇ ନେଉଥିଲେ। ଫଳରେ ତଳମୁଣ୍ଡକୁ ଆଦୌ ପାଣି ଆସୁନଥିଲା କହିଲେ ଚଳେ। ତେବେ ଆଜି କଲମା ପରିଦର୍ଶନ ରହିଥିବାରୁ ଏହି ଚାଲାଖି ଟ୍ରିବ୍ୟୁନାଲ୍‌ ଆଖିରେ ପଡ଼ିଯିବା ଆଶଙ୍କାରେ ସକାଳୁ ପୁଣି ୧୭ ଗେଟ୍‌ ଖୋଲି ଦିଆଯାଇଥିବା ସୂଚନା ମିଳିଛି। ଆଜି କେବଳ କଲମା ନୁହେଁ ବରଂ ଛତିଶଗଡ଼ର ଅନ୍ୟ ବ୍ୟାରେଜ୍‌ ଓ ଆନିକଟରୁ ବି ପାଣି ଛାଡ଼ି ଛତିଶଗଡ଼ ସରକାର ଟ୍ରିବ୍ୟୁନାଲ ସମ୍ମୁଖରେ ନାଟକବାଜି କରିଥିବା ଅଭିଯୋଗ ହୋଇଛି। ଆଜି କ୍ଷେତ୍ର ପରିଦର୍ଶନରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଅନୁପସ୍ଥିତ ଥିବା ବେଳେ ଅନ୍ୟ ଦୁଇ ବିଚାରପତି ସଦସ୍ୟ, ରେଜିଷ୍ଟ୍ରାର, ଦୁଇ ଆସେସର୍‌, ପକ୍ଷଭୁକ୍ତ ରାଜ୍ୟର ଜଳସମ୍ପଦ ଅଧିକାରୀ, ଆଇନଜୀବୀ ଓ ବୈଷୟିକ ଟିମ୍‌ର ସଦସ୍ୟ ସାମିଲ ହୋଇଥିଲେ। ଟ୍ରିବ୍ୟୁନାଲ ଗସ୍ତକୁ ନେଇ ଛତିଶଗଡ଼ ସରକାର ମହାନଦୀର ବ୍ୟାରେଜ୍‌ ଓ ଆନିକଟରେ ପାଣି ଉଛୁଳୁଥିବାବେଳେ ଓଡ଼ିଶା ପଟ ଶୁଖିଲା ପଡ଼ିଛି।

ଆଜିର ସ୍ଥିତି ଅନୁସାରେ, କଲମା ବ୍ୟାରେଜ୍‌ରେ ନିର୍ଦ୍ଧାରିତ କ୍ଷମତାରେ ପାଣି ଗଚ୍ଛିତ ରହିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଛତିଶଗଡ଼ର ଏହି ଦାଦାଗିରି ପାଇଁ କେବଳ ଓଡ଼ିଶା ନୁହେଁ ବରଂ କଲ୍‌ମା ବ୍ୟାରେଜ୍‌ ତଳେ ଥିବା ଛତିଶଗଡ଼ର ଗ୍ରାମବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବ୍ୟାରେଜ୍‌ ନିର୍ମାଣ ପୂର୍ବରୁ ଏହି ଅଞ୍ଚଳର ଲୋକେ ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିଲେ। ବ୍ୟାରେଜ୍‌ ହେବା ପରେ ଏଠାକାର ପାଣି ସିଧାସଳଖ ଚାଷୀଙ୍କ ‌କ୍ଷେତକୁ ଯିବ ବୋଲି କୁହାଯାଇଥିଲା। ମାତ୍ର ଛତିଶଗଡ଼ ସରକାର ବ୍ୟାରେଜର ପ୍ରାୟ ପାଣି କଳ କାରଖାନାକୁ ବିକ୍ରି କରିଦେଉଥିବା ବେଳେ ସ୍ଥାନୀୟ ଲୋକଙ୍କୁ କୌଣସି ସୁଫଳ ମିଳିନଥିବା ଅଞ୍ଚଳବାସୀ କହିଛନ୍ତି।

Powered by Froala Editor

Tags Mahanadi tribunal

Related articles Odisha News Lens 4.1

  • ପେଇଂ ଗେଷ୍ଟଙ୍କୁ  ଦିନରେ କେବଳ ୨ ଥର ଖାଦ୍ୟ ଦେବାପାଇଁ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ପେଇଂ ଗେଷ୍ଟଙ୍କୁ ଦିନରେ କେବଳ ୨ ଥର ଖାଦ୍ୟ ଦେବାପାଇଁ ନିଷ୍ପତ୍ତି

    15223
    Mar 12, 2026
  • ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ବାୟୁସେନାର ହେଲିକପ୍ଟର ମୁତୟନ
    ଦେଶ-ଦେଶାନ୍ତର

    ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ବାୟୁସେନାର ହେଲିକପ୍ଟର ମୁତୟନ

    14623
    Mar 12, 2026
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା
    ବିଶେଷ

    ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13317
    Mar 12, 2026
  • ଥକାଲି ଶ୍ରୀନିବାସନଙ୍କ ଦେହାନ୍ତ
    ଦେଶ-ଦେଶାନ୍ତର

    ଥକାଲି ଶ୍ରୀନିବାସନଙ୍କ ଦେହାନ୍ତ

    14130
    Mar 12, 2026
  • ଔଷଧ ଉପରେ ବି ପଡ଼ିଲା ଇରାନ-ଆମେରିକା ଯୁଦ୍ଧର ପ୍ରଭାବ
    ଦେଶ-ଦେଶାନ୍ତର

    ଔଷଧ ଉପରେ ବି ପଡ଼ିଲା ଇରାନ-ଆମେରିକା ଯୁଦ୍ଧର ପ୍ରଭାବ

    14601
    Mar 12, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ
    ବିଶେଷ

    ଏହି ରୋଗୀ ଖାଆନ୍ତୁନି ତରଭୁଜ

    13999
    Mar 11, 2026
  • ପ୍ରେମିକ ଫରହାନଙ୍କ ସହ ମୋନାଲିସା କେରଳ ପୁଲିସର ଦ୍ୱାରସ୍ଥ
    ମନୋରଞ୍ଜନ

    ପ୍ରେମିକ ଫରହାନଙ୍କ ସହ ମୋନାଲିସା କେରଳ ପୁଲିସର ଦ୍ୱାରସ୍ଥ

    13816
    Mar 12, 2026
  • ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି ପ୍ରଦାନ
    ଦେଶ-ଦେଶାନ୍ତର

    ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି ପ୍ରଦାନ

    14514
    Mar 11, 2026
  •  ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ନେଇ କୌଣସି ପ୍ରକାର ଆତଙ୍କିତ ହେବାର ନାହିଁ
    ଦେଶ-ଦେଶାନ୍ତର

    ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ନେଇ କୌଣସି ପ୍ରକାର ଆତଙ୍କିତ ହେବାର ନାହିଁ

    15499
    Mar 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇନକମିଂ କଲ୍ ବନ୍ଦ କରିବା ସମ୍ପୂର୍ଣ୍ଣ ମନମୁଖୀ

    13888
    Mar 12, 2026
  • ଦେଶ-ଦେଶାନ୍ତର

    ଔଷଧ ଉପରେ ବି ପଡ଼ିଲା ଇରାନ-ଆମେରିକା ଯୁଦ୍ଧର ପ୍ରଭାବ

    14601
    Mar 12, 2026
  • ଦେଶ-ଦେଶାନ୍ତର

    ପେଇଂ ଗେଷ୍ଟଙ୍କୁ ଦିନରେ କେବଳ ୨ ଥର ଖାଦ୍ୟ ଦେବାପାଇଁ ନିଷ୍ପତ୍ତି

    15223
    Mar 12, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17365
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17429
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17776
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16249
    Apr 03, 2021

ବିଶେଷ

  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13317
    Mar 12, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ

    13999
    Mar 11, 2026
  • ପିଲାଙ୍କ ସୋସିଆଲ ସ୍କିଲ୍‌ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ.....

    15030
    Mar 08, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14784
    Mar 07, 2026
  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    15230
    Mar 05, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15674
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15134
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14984
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14497
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଔଷଧ ଉପରେ ବି ପଡ଼ିଲା ଇରାନ-ଆମେରିକା ଯୁଦ୍ଧର ପ୍ରଭାବ

    14601
    Mar 12, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ

    13999
    Mar 11, 2026
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13317
    Mar 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In